ୱେଲିଂଟନ୍‌ରେ ଚମକିଲେ ହାର୍ଦ୍ଦିକ, ଦେଖନ୍ତୁ ପାଣ୍ଡ୍ୟାଙ୍କ ହ୍ୟାଟ୍ରିକ୍‌ ଛକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ୱେଲିଂଟନ୍‌ରେ ଚମକିଲେ ହାର୍ଦ୍ଦିକ, ଦେଖନ୍ତୁ ପାଣ୍ଡ୍ୟାଙ୍କ ହ୍ୟାଟ୍ରିକ୍‌ ଛକା

ୱେଲିଂଟନ୍‌: ଘରୋଇ ନ୍ୟୁଜିଲ୍ୟାଣ୍ଡ୍‌ ବିପକ୍ଷ ସିରିଜ୍‌ର ଅନ୍ତିମ ଦିନିକିଆରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରୁ ମୁକୁଳି ରୋହିତ୍‌ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ବାହିନୀ ମ୍ୟାଚ୍‌କୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ପ୍ରଥମ ୧୦ ଓଭରରେ ସମସ୍ତ ପ୍ରଣ୍ଟ୍‌ଲାଇନ୍‌ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ହରାଇ ୪ ୱିକେଟ୍‌ରେ ୧୮ ରନ୍‌ କରି ସଂଘର୍ଷ କରୁଥିବାବେଳେ ମଧ୍ୟକ୍ରମ ତାରକା ଅମ୍ବାତି ରାୟୁଡୁ(୧୧୩ ବଲ୍‌ରୁ ୯୦ ରନ୍)ଙ୍କ ସହ ଦୁଇ ଅଲ୍‌ରାଉଣ୍ଡର୍‌ ବିଜୟ ଶଙ୍କର୍‌(୬୪ବଲ୍‌ରୁ ୪୫ ରନ୍‌) ଓ କେଦାର୍‌ ଯାଦବ୍‌(୪୫ ବଲ୍‌ରୁ ୩୪ ରନ୍‌) ଦଳୀୟ ବ୍ୟାଟିଂର ଦୟନୀୟ ଟ୍ରାକ୍‌କୁ ସଜାଡ଼ିଥିଲେ।

ତେବେ ୨୨ ବଲ୍‌ରୁ ୨ ଚୌକା ଓ ୫ ଛକା ସହ ୪୫ ରନ୍‌ର ବିସ୍ଫୋରକ ପାଳି ଖେଳି ମୁମ୍ବାଇ ଅଲ୍‌ରାଉଣ୍ଡର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଦଳୀୟ ଇନିଂସ୍‌କୁ ଏକ ଦାୟିତ୍ୱସମ୍ପନ୍ନ ତଥା ଉଚ୍ଚକୋଟୀର ଫିନିଶିଂ ଦେଇଥିଲେ। ପାଣ୍ଡ୍ୟାଙ୍କ ଦ୍ରୁତ ଇନିଂସ ଯୋଗୁ ଭାରତ ଘରୋଇ ଦଳ ସମ୍ମୁଖରେ ୨୫୨ ରନ୍‌ର  ମ୍ୟାଚ୍‌ବିଜୟୀ ଟାର୍ଗେଟ୍‌ ରଖିଥିଲା।

୮ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ପାଣ୍ଡ୍ୟା ୪୭ ତମ ଓଭରରେ କିୱି ଲେଗ୍‌ସ୍ପିନର୍‌ ଟଡ୍‌ ଆଷ୍ଟଲଙ୍କ ଲଗାତର ୩ଟି ଛକା ମାରିଥିଲେ, ଯାହା ଦଳୀୟ ସ୍କୋର୍‌ବୋର୍ଡକୁ ୨୫୦ର ନିକଟତର କରିବାରେ ପ୍ରମୁଖ ଭୂମିକା ନେଇଥିଲା।

୪୭ତମ ଓଭର୍‌ ବୋଲିଂ କରିବା ପୂର୍ବରୁ ଆଷ୍ଟଲ ୪ ଓଭର୍‌ରେ ମାତ୍ର ୧୭ ରନ୍‌ ଦେଇ ବେଶ୍ କଞ୍ଜୁସୀ ଫିଗର୍‌ ପାଇଥିଲେ ହେଁ ଏହା ପାଣ୍ଡ୍ୟାଙ୍କ ଉପରେ କୌଣସି ପ୍ରଭାବ ପକାଇ ନ ଥିଲା। ୪୭ତମ ଓଭରର  ପ୍ରଥମ ବଲ୍‌ରୁ କୌଣସି ରନ୍‌ ବାହାରି ପାରି ନଥିଲେ ହେଁ ଏହା ପରେ ଆରମ୍ଭ ହୋଇଥିଲା ହାର୍ଦ୍ଦିକ ଶୋ”। ଓଭରର୍‌ ଦ୍ୱିତୀୟ ବଲ୍‌ଟି ଶର୍ଟ ଅଫ୍ ଲେଙ୍ଗ୍‌ଥ ରଖି ଆଷ୍ଟଲ ବଡ଼ ସଟ୍‌ ଖେଳିବାକୁ ଯେଉଁ ଆହ୍ୱାନ ଦେଇଥିଲେ, ଲଙ୍ଗ୍‌ ଅନ୍‌ରେ ଛକା ମାରି ପାଣ୍ଡ୍ୟା ଏହାକୁ ସ୍ୱାଗତ କରିଥିଲେ। ପର ବଲ୍‌ଟି କଭର୍‌ ଉପର ଦେଇ ଏବଂ ଓଭର୍‌ର ଚତୁର୍ଥ ବଲ୍‌କୁ ମିଡ୍‌ ୱିକେଟ୍ ବାଉଣ୍ଡାରୀ ବାହାରେ ସିଧା ଦର୍ଶକଙ୍କ ଷ୍ଟାଣ୍ଡ୍‌କୁ ପଠାଇ ପାଣ୍ଡ୍ୟା ଆସ୍‌ଲେଙ୍କୁ ହ୍ୟାଟ୍ରିକ୍‌ ଛକା ମାରିଥିଲେ।

ଏହା ପୂର୍ବରୁ ମୁମ୍ବାଇର ଏହି ୨୫ ବର୍ଷୀୟ ଅଲ୍‌ରାଉଣ୍ଡର୍‌ ଗତ ଚାମ୍ପିଅନ୍‌ସ ଟ୍ରଫିରେ ପାକ୍‌ ସ୍ପିନର୍‌ ଇମାଦ୍ ୱାସିମ୍‌ଙ୍କୁ ଏବଂ ପୂର୍ବରୁ ପାକ୍‌ ବୋଲର୍‌ ସଦାବ୍ ଖାନ୍‌, ସିଂହଳୀ ସ୍ପିନ୍‌ର୍‌ ମାଲିଣ୍ଡା ପୁଷ୍ପକୁମାରା ଏବଂ ଅଷ୍ଟ୍ରେଲୀୟ ଲେଗ୍ ସ୍ପିନର୍‌ ଆଡାମ୍‌ ଜାମ୍ପାଙ୍କୁ ମଧ୍ୟ ସମାନ ଢଙ୍ଗରେ ହ୍ୟାଟ୍ରିକ୍‌ ଛକା ମାରିଥିଲେ।



from Odisha Reporter http://bit.ly/2HMAZrq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages