ଭାରତ ସପକ୍ଷରେ ବାହାରିଲା ଅଷ୍ଟ୍ରେଲିଆ, ପାକିସ୍ତାନକୁ କହିଲା ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଭାରତ ସପକ୍ଷରେ ବାହାରିଲା ଅଷ୍ଟ୍ରେଲିଆ, ପାକିସ୍ତାନକୁ କହିଲା ଏମିତି କଥା

ମେଲବର୍ଣ୍ଣ: ଭାରତ ପଡ଼ୋଶୀ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଉପରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ସାରା ବିଶ୍ୱରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଭୟ ପାକିସ୍ତାନ ଓ ଭାରତକୁ ଚୀନ୍‌, ୟୁରୋପୀୟ ରାଷ୍ଟ୍ରସମୂହ ଓ ଅଷ୍ଟ୍ରେଲିଆ ସଂଯମ ରକ୍ଷା କରିବା ପାଇଁ କହିଛନ୍ତି। ଅଷ୍ଟ୍ରେଲିଆ ଉଭୟ ପକ୍ଷଙ୍କୁ ସଂଯମ ରକ୍ଷା କରିବା ପାଇଁ କହିଥିଲେ ହେଁ ପାକିସ୍ତାନ ଆତଙ୍କବାଦୀଙ୍କୁ ପରୋକ୍ଷରେ ସମର୍ଥନ ଦେଉଥିବା କହିଛି।

ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ କହିଛନ୍ତି, “ପାକିସ୍ତାନ ଏବେ ତା’ ମାଟିରେ ସକ୍ରିୟ ଥିବା ଜୈଶ-ଇ-ମହମ୍ମଦ ଓ ଲସ୍କର-ଏ-ତାଇବା ଭଳି ଆତଙ୍କୀ ସଂଗଠନ ଗୁଡ଼ିକ ବନ୍ଦ କରିବାକୁ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ପାକିସ୍ତାନ ଏବେ ଆତଙ୍କବାଦ କିମ୍ବା ଆତଙ୍କବାଦୀଙ୍କ ନିଜ ମାଟିରେ କୌଣସି ପ୍ରକାର ଲିଗାଲ ଓ ଫିଜିକାଲ ସହଯୋଗ ନ ଦେବା ଉଚିତ।” ଏଥିସହ ଉଭୟ ଦେଶ ପରସ୍ପର ସହ ଆଲୋଚନା କରି ବିବାଦର ସମାଧାନ କରନ୍ତୁ ବୋଲି ଅଷ୍ଟ୍ରେଲିଆ କହିଛି।



from Odisha Reporter https://ift.tt/2Sot1Vr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages