‘କାଳିଆ’ ହିତାଧିକାରୀ ତାଲିକାରେ ପାଟଣା ବିଧାୟକଙ୍କ ନାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 9, 2019

‘କାଳିଆ’ ହିତାଧିକାରୀ ତାଲିକାରେ ପାଟଣା ବିଧାୟକଙ୍କ ନାଁ

mla

କେନ୍ଦୁଝର(ପ୍ରଣୟ ପାଣି): ସରକାର ଚାଷୀଙ୍କ ପାଇଁ ‘କାଳିଆ’ ଯୋଜନା କରିଛନ୍ତି। ଏହାଦ୍ୱାରା ଚାଷୀ ଉପକୃତ ହୋଇପାରିବେ ବୋଲି କହୁଛନ୍ତି। ଗରିବ ଚାଷୀଙ୍କୁ ଏହି ଯୋଜନା ସାହାରା ହେବ ବୋଲି ଦମ୍ଭୋକ୍ତି ଦେଖାଉଛନ୍ତି। ହେଲେ ବାସ୍ତବରେ ଏହି ଯୋଜନା କେତେ କାର୍ଯ୍ୟକାରୀ ହେଉଛି, ଏଥିରେ ଆର୍ଥିକ ସ୍ୱଚ୍ଛଳ କେମିତି ସାମିଲ ହେଉଛନ୍ତି ତାହା କେନ୍ଦୁଝର ଘଟଣାକୁ ଦେଖିଲେ ଜାଣି ହେବ। ଏଠାରେ ଆଉ କେହି ନୁହେଁ ଖୋଦ ଜଣେ ବିଧାୟକ ‘କାଳିଆ’ ଯୋଜନାରେ ସାମିଲ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଟଣା ବିଧାୟକ ହୃଷିକେଶ ନାଏକ।

ବିଧାୟକଙ୍କ ନାମ କ୍ରମାଙ୍କ ୫୦୦୨୫ରେ ସ୍ଥାନ ପାଇଛି। ଏଥିସହ ତାଙ୍କ ପିତାଙ୍କ ନାମ ସ୍ୱର୍ଗତ ବଳରାମ  ନାଏକ, ଗ୍ରାମ କାଶିପାଳ ବୋଲି ମଧ୍ୟ ଉଲ୍ଲେଖ ରହିଛି।

ଏ ସମ୍ପର୍କରେ ବିଧାୟକଙ୍କୁ ପଚାରାଯିବାରୁ ସେ କହିଛନ୍ତି, “ଲ୍ୟାମ୍ପସ୍‌ରେ ମେମ୍ୱର ଅଛି। ସେଥିପାଇଁ ଏଭଳି ହୋଇଛି। ମୁଁ କାଳିଆ ଅର୍ଥ ନେବି ନାହିଁ।”



from Odisha Reporter http://bit.ly/2Skb9jf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages