
ନୂଆଦିଲ୍ଲୀ: ପୁଲ୍ୱାମା ପ୍ରତିଶୋଧ ପାଇଁ ଆକାଶମାର୍ଗରୁ ଗର୍ଜିଲା ଭାରତ। ଏହା ହେବ କିନ୍ତୁ କେବେ ଏବଂ କେଉଁଦିନ ହେବ ବୋଲି ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା, ଏବେ ତାହାର ଉତ୍ତର ଦେଇଛି ଭାରତୀୟ ବାୟୁସେନା। ଏ ଉତ୍ତର ନା କୌଣସି ପ୍ରେସମିଟ୍ ନା କୌଣସି ଟ୍ୱିଟ୍ରେ ଦିଆଯାଇଛି, ବରଂ ପାକିସ୍ତାନର ମାଟିରେ ପାକିସ୍ତାନର ଭାଷାରେ ଉତ୍ତର ଦିଆଯାଇଛି।
ପାକିସ୍ତାନ ଅଧିକୃତ କଶ୍ମୀରର ପାହାଡ଼ିଆ ଅଞ୍ଚଳରେ ଥିବା ବାଲାକୋଟ୍ଠାରେ ଜୈଶ-ଇ-ମହମ୍ମଦର ଏକ ବଡ଼ କ୍ୟାମ୍ପ ପରେ ହୋଇଥିବା ଆକ୍ରମଣରେ ପ୍ରାୟ ୩୦୦ ଆତଙ୍କୀଙ୍କୁ ନିପାତ କରାଯାଇଥିବା ଜଣାଯାଇଛି। ୧୨ଟି ମିରାଜ୍ ଯୁଦ୍ଧ ବିମାନ ସହିତ କିଛି ସୁଖୋଇଙ୍କ ମିଳିତ ଆକ୍ରମଣରେ ଏହି କ୍ୟାମ୍ପଗୁଡ଼ିକ ଉପରେ ୧୦୦୦ କିଲୋର ବମ୍ ପକାଯାଇଥିବା ସୂଚନା ମିଳିଛି। ତେବେ ଭାରତୀୟ ବାୟୁସେନା ଏପରି ଏଲ୍ଓସି ଅତିକ୍ରମ କରିବା ୧୯୭୧ ପରେ ପ୍ରଥମ ଥର।
ଶେଷଥର ପାଇଁ ୧୯୭୧ ମସିହାରେ ଭାରତୀୟ ବାୟୁସେନା ଏଲ୍ଓସି ପାର କରିଥିଲା। ଏପରିକି ୧୯୯୯ କାରଗିଲ ଯୁଦ୍ଧ ସମୟରେ ମଧ୍ୟ ଏଲ୍ଓସି ପାର କରାଯାଇନଥିଲା। ଏପରି ସୀମାପାର କରିବା ଯୁଦ୍ଧକାଳୀନ ପଦକ୍ଷେପ ପରି ହୋଇଥିବାରୁ ଏପରି କରିବାକୁ ସାଧାରଣତଃ ଅନୁମତି ମିଳେନି।
from Odisha Reporter https://ift.tt/2BPx1IY
No comments:
Post a Comment