୧୩ବର୍ଷ ବାଳକ ଦେଉଛନ୍ତି ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

୧୩ବର୍ଷ ବାଳକ ଦେଉଛନ୍ତି ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ

ନୂଆଦିଲ୍ଲୀ: ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ ଦେଉଛନ୍ତି ୧୩ ବର୍ଷର ବାଳକ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ବାଳକ ଜଣକ ନିଜ ଭିଡ଼ିଓ ଜରିଆରେ ୟୁପିଏସ୍‌ସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରୀଛାତ୍ରଙ୍କୁ ସାହାଯ୍ୟ କରୁଛନ୍ତି।

ଏହି ୧୩ ବର୍ଷୀୟ ବାଳକ ହେଉଛନ୍ତି ତେଲେଙ୍ଗାନାର ଅମର ସ୍ୱସ୍ତିକ ଆଚାର୍ଯ୍ୟ। ଅମର ଭାରତର ସବୁଠାରୁ ଯୁବ ଏବଂ ପ୍ରସିଦ୍ଧ ୟୁଟ୍ୟୁବର। ଅମର,୨୦୧୬ରେ  ମାତ୍ର ୧୦ ବର୍ଷ ବୟସରେ ହିଁ ୟୁଟ୍ୟୁବରେ ନିଜ ଚ୍ୟାନେଲ ଆରମ୍ଭ କରିଥିଲେ। ତେବେ ସବୁଠାରୁ ବଡ଼ କଥା ହେଉଛି ଏବେ ତାଙ୍କ ଚ୍ୟାନେଲକୁ ୧,୮୮,୨୯୩ ଜଣ ୟୁଜର୍ସ ସବସ୍କ୍ରାଇବ କରିସାରିଲେଣି। ଆଉ ନିଜ ଚ୍ୟାନେଲରେ ସେ ୩୦ରୁ ଅଧିକ ଭିଡ଼ିଓ ଅପଲୋଡ କରିସାରିଲେଣି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅମରଙ୍କ ବାପା ଏକ ସରକାରୀ ସ୍କୁଲରେ ଶିକ୍ଷକ ଥିଲେ। ଅମର କହିଛନ୍ତି ଯେ, ସେ ଯେତେବେଳେ ୫ମ ଶ୍ରେଣୀରେ ପଢୁଥିଲେ, ସେତେବେଳେ ସେ ଆଟଲାସ୍ ସହ ଖେଳିବା ପାଇଁ ଭଲ ପାଉଥିଲେ । ଯେଉଁଥିପାଇଁ ତାଙ୍କ ବାପା ଭୂଗୋଳ ଉପରେ ତାଙ୍କୁ ଅଧିକ ଜ୍ଞାନ ଦେବା ଆରମ୍ଭ କରିଥିଲେ । ଥରେ ଭୂଗୋଳ ପଢିବା ସମୟରେ, ଅମରଙ୍କ ମା’ ତାଙ୍କ ଭିଡ଼ିଓ କରିବା ସହ ଅନଲାଇନରେ ଅପଲୋଡ ମଧ୍ୟ କରିଥିଲେ। ଆଉ ଏହି ଭିଡ଼ିଓରେ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଥିଲା । ଆରମ୍ଭରୁ ଅମରଙ୍କ ଚ୍ୟାନେଲରେ ଭୂଗୋଳ ସମ୍ବନ୍ଧରେ ଭିଡିଓ ଅପଲୋଡ ହୋଇଥିଲା। ଯେଉଁଥିରେ ଦେଶ, ନଦୀ, ଏବଂ ବିଭିନ୍ନ ସ୍ଥାନର ନାମ ମନେ ରଖିବାର ସହଜ ଉପାୟ ବାବଦରେ ଶିଖା ଯାଉଥିଲା । ଏହାପରେ ଅମର, ଅର୍ଥନୀତି ଏବଂ ରାଜନୀତି ବିଜ୍ଞାନ ବିଷୟରେ ମଧ୍ୟ ନିଜ ଅବଗତ ମାନଙ୍କୁ ଭିଡିଓ ମାଧ୍ୟମରେ ଶିକ୍ଷଣୀୟ ଟିପ୍ସ ଦେଇ ଆସୁଛନ୍ତି।

ତେବେ ଅମର ନିଜେ ଏବେ ୟୁପିଏସସି ପ୍ରସ୍ତୁତି କରୁଛନ୍ତି ଏବଂ ଦେଶକୁ ଭ୍ରଷ୍ଟାଚାର ମୁକ୍ତ କରିବା ପାଇଁ ସରକାରଙ୍କ ସହ କାମ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି, ସେ ଜଣେ ଆଇଏଏସ ଅଧିକାରୀ ହେବା ପାଇଁ ଚାହୁଁଛନ୍ତି। ତେବେ ଅମର ନିଜ ଚ୍ୟାନେଲରେ ୟୁଜର୍ସମାନଙ୍କ ଡିମାଣ୍ଡ ଅନୁଯାୟୀ, ଭିଡିଓ ଅପଲୋଡ କରୁଛନ୍ତି। ଏହା ସହ ତାଙ୍କୁ ନେଗେଟିଭ୍ କମେଂଟର ମଧ୍ୟ ସାମ୍ନା କରିବାକୁ ପଡେ ବୋଲି ସେ କହିଛନ୍ତି । ତେବେ ସେ କହିଛନ୍ତି, ସେ କେବଳ ୱିକେଣ୍ଡରେ ହିଁ ଭିଡ଼ିଓ ବନାଇଥାନ୍ତି ଏବଂ ଅନ୍ୟ ସମୟରେ ସେ ନିଜ ସ୍କୁଲ ପାଠପଢା ପ୍ରତି ଧ୍ୟାନ ଦେଇଥାନ୍ତି ।

UPSC aspirants’ 13-year-old mentor



from Odisha Reporter http://bit.ly/2HTqzpQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages