ବିଜେଡି କର୍ମୀଙ୍କ ପାଇଁ ରାଜକୋଷରୁ ଅର୍ଥ ବ୍ୟୟ: ବିଜେପି ଉଠାଇଲା ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 25, 2019

ବିଜେଡି କର୍ମୀଙ୍କ ପାଇଁ ରାଜକୋଷରୁ ଅର୍ଥ ବ୍ୟୟ: ବିଜେପି ଉଠାଇଲା ପ୍ରଶ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଜର ଦଳୀୟ କର୍ମୀମାନଙ୍କୁ ନିର୍ବାଚନ ପୂର୍ବରୁ ସନ୍ତୁଷ୍ଟ କରିବା ପାଇଁ ବିଜେଡି ସରକାର ମୋବାଇଲ ଫୋନ୍ ଓ ବିଦେଶ ବୁଲାଇବାକୁ ନେଉଛନ୍ତି ବୋଲି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଅଭିଯୋଗ କରିଛି। ମୋବାଇଲ ଫୋନ୍ ବାଣ୍ଟିବା ପାଇଁ ୭୫୦କୋଟି ଟଙ୍କା କେଉଁଠୁ ଆସିଲା ଓ କେଉଁ ଆଧାରରେ ବିଦେଶ ବୁଲିବା ପାଇଁ ଯୁବକଯୁବତୀଙ୍କୁ ଚୟନ କରାଯାଇଛି ବୋଲି ବିଜେପି ଯୁବମୋର୍ଚ୍ଚା ପ୍ରଶ୍ନ କରିଛି।

ଦଳର ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ରାଜ୍ୟର ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବା ବିଜେଡି ସରକାର ସାଧାରଣ ଲୋକଙ୍କ ଟିକସ ଅର୍ଥରେ ବିଜୁ ଯୁବ ବାହିନୀ କର୍ମୀଙ୍କୁ ମୋବାଇଲ ଫୋନ୍ ବାଣ୍ଟିବା ସହ ବିଦେଶ ବୁଲାଇବାକୁ ନେଉଛନ୍ତି। ଓଡ଼ିଶାର ଶିକ୍ଷିତ ପିଲାମାନଙ୍କୁ ରୋଜଗାର ଦେବାରେ ବିଫଳ ହୋଇଥିବା ସରକାର ମୋବାଇଲ ଫୋନ୍ ବାଣ୍ଟିବା ଓ ବିଦେଶ ବୁଲାଇବା ପାଇଁ କେଉଁଠୁ ଅର୍ଥ ଆଣିଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ନିଜର ଦଳୀୟ କର୍ମୀଙ୍କୁ ବିଜୁ ଯୁବ ବାହିନୀର ସଦସ୍ୟ କରାଇ ସେମାନଙ୍କ ଦ୍ୱାରା ଗୁଣ୍ଡାରାଜକୁ ପ୍ରୋତ୍ସାହିତ କରୁଥିବା ବିଜେଡି ସରକାର ଏବେ ପ୍ରତି ବ୍ଲକରେ ଜିଓ କମ୍ପାନୀର ୫ହଜାର ସ୍ମାର୍ଟଫୋନ୍ ବାଣ୍ଟିବା ପାଇଁ ପ୍ରାୟ ୭୫୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି। ଖଣି ମାଫିଆ ଓ ଚିଟଫଣ୍ଡ ମାଫିଆଙ୍କ ଅର୍ଥରେ ଏହି ମୋବାଇଲ ଫୋନ୍ ବଣ୍ଟାଯିବ ବୋଲି ଜଣାପଡ଼ିଛି । ଏହି ମୋବାଇଲ ଫୋନ୍ ବାଣ୍ଟିବା ପାଇଁ ବଜେଟରେ ବ୍ୟବସ୍ଥା ନଥିଲାବେଳେ କେଉଁ ସୂତ୍ରରୁ ଅର୍ଥ ଅଣାଯାଇଛି ବୋଲି ବିଜେପି ପ୍ରଶ୍ନ କରିଛି। ଓଡ଼ିଆ ଯୁବକଯୁବତୀଙ୍କୁ ଚାକିରି ଓ କର୍ମସଂସ୍ଥାନ ନଦେଇ ସେମାନଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଲଗାଇବା ଏହି ବିଜୁ ଯୁବ ବାହିନୀ ଗଠନ ହୋଇଛି। ଏବେ ସେମାନଙ୍କୁ ନିର୍ବାଚନ ପୂର୍ବରୁ ନିଜ ଆଡ଼କୁ ଆକୃଷ୍ଟ କରିବା ପାଇଁ ଜିଓ କମ୍ପାନୀର ସ୍ମାର୍ଟଫୋନ୍ ଯୋଗାଇ ଦେବାକୁ ଯାଉଛନ୍ତି।

ସେହିପରି ଏବେ ବିଜୁ ଯୁବ ବାହିନୀର କିଛି ସଦସ୍ୟଙ୍କୁ ସିଙ୍ଗାପୁର ଓ ଥାଇଲ୍ୟାଣ୍ଡ ବୁଲାଇବାକୁ ସରକାର ନେଉଛନ୍ତି। ବିଜୁ ଯୁବ ବାହିନୀର ସିଇଓ ପ୍ରେମ ଚୌଧୁରୀଙ୍କୁ ସିଧାସଳଖ ଟାର୍ଗେଟ୍ କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଏହି ବିଦେଶ ବୁଲିବା ପାଇଁ ସଦସ୍ୟମାନଙ୍କୁ କେଉଁ ଆଧାରରେ ଚୟନ କରାଯାଇଛି ଓ ସେମାନେ ସେଠାରେ କ’ଣ ଶିକ୍ଷା ଲାଭ କରିବେ ତାହା ରାଜ୍ୟବାସୀ ଜାଣିବା ଉଚିତ୍ । ଗରିବ ଲୋକଙ୍କ ଟିକସ ଅର୍ଥରେ ଏଭଳି ବିଦେଶ ବୁଲା ପାଇଁ କିଏ ଅନୁମତି ଦେଇଛନ୍ତି। ଯୁବଗୋଷ୍ଠୀଙ୍କୁ ନିଯୁକ୍ତି କିମ୍ବା ଆତ୍ମନିଯୁକ୍ତି ନଦେଇ ରାଜନୀତିକ ଉଦ୍ଦେଶ୍ୟ ରଖି ଏଭଳି ବିଭ୍ରାନ୍ତିମୂଳକ କାର୍ଯ୍ୟରେ ନିୟୋଜିତ ନକରିବାକୁ ରାଜ୍ୟ ଯୁବ ବିଜେପି ଚେତାବନୀ ଦେଇଛି। ନଚେତ୍ ରାଜ୍ୟର ଯୁବଗୋଷ୍ଠୀ ଏହାର ଉଚିତ୍ ଜବାବ ଦେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଜାତୀୟ ଯୁବମୋର୍ଚ୍ଚା ଉପସଭାପତି ଠାକୁର ରଣଜିତ୍ ଦାସ ଉପସ୍ଥିତ ଥିଲେ।



from Odisha Reporter https://ift.tt/2T33Ah9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages