ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧାଚିଠିକୁ ନେଇ ବିବାଦ, ସାମ୍ନାକୁ ଆସିଲା ସତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 8, 2019

ପ୍ରତିରକ୍ଷା ମନ୍ତ୍ରଣାଳୟର ଅଧାଚିଠିକୁ ନେଇ ବିବାଦ, ସାମ୍ନାକୁ ଆସିଲା ସତ

ନୂଆଦିଲ୍ଲୀ: ରାଫେଲ ଡିଲ୍‌କୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ଚିଠିକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ଆଉ ଏକ ସ୍ତରରେ ପହଞ୍ଚିଛି। ଏହି ଚିଠି ଆଧାରରେ କିଛି ଗଣମାଧ୍ୟମ ସଂସ୍ଥା ଖବର ପ୍ରକାଶ କରିଥିଲେ ଫ୍ରାନ୍ସ ସହିତ ରାଫେଲ୍‌ ଡିଲ୍‌ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମ୍‌ଓ ହସ୍ତକ୍ଷେପ କରିଥିଲେ। କିନ୍ତୁ ପରେ ଜଣାଯାଇଛି ଗୋଟିଏ ପୃଷ୍ଠାର ଶେଷ ଅଂଶଟିକୁ ବାଦ୍‌ ଦେଇ ଏହି ଖବର ପ୍ରକାଶ କରାଯାଇଥିଲା।

୨୦୧୫ ମସିହା ଡିସେମ୍ବର ୧ରେ ତତ୍କାଳୀନ ପ୍ରତିରକ୍ଷା ସଚିବ ଜି ମୋହନ କୁମାର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରିଥିଲେ ଯେ ପିଏମ୍‌ଓ ରାଫେଲ ଡିଲ୍‌ରେ ହସ୍ତକ୍ଷେପ କରୁଛନ୍ତି।

କିନ୍ତୁ ଏଥିରେ କେବଳ ସେତିକି ଥିଲା। ଯଦିଓ ମନୋହର ପାରିକରଙ୍କ ଉତ୍ତର ମଧ୍ୟ ଏଥିରେ ରହିଥିଲା, ଜାଣିଶୁଣି ଏହାକୁ ବାଦ୍‌ ଦେଇ ପ୍ରକାଶ କରାଯାଇଥିଲା। ୧୧ ଜାନୁଆରୀ ୨୦୧୬ରେ ପାରିକର କହିଥିଲେ, “ପିଏମ୍‌ଓ ଏବଂ ଫ୍ରାନ୍ସ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହି ପ୍ରସଙ୍ଗର ଅଗ୍ରଗତି ବାବଦରେ ବୁଝିବା ପାଇଁ ଦୃଷ୍ଟି ରଖିଛନ୍ତି। ଉଭୟ ରାଷ୍ଟ୍ର ମଧ୍ୟରେ ବୈଠକରେ ଏ ବିଷୟରେ ନିଷ୍ପତ୍ତି ହୋଇଥିଲା। ପାରାଗ୍ରାଫ୍‌-୫ ଅଧିକ ପ୍ରତିକ୍ରିୟାଶୀଳ ହେବାପରି ହୋଇଛି। ପ୍ରତିରକ୍ଷା ସଚିବ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବଙ୍କ ସହିତ ଆଲୋଚନା କରି ଏହାର ସମାଧାନ କରନ୍ତୁ।”

ମୋହନ କୁମାର ଆଜି ଏଏନ୍‌ଆଇକୁ ସ୍ପଷ୍ଟୀକରଣ ଦେଇ କହିଛନ୍ତି, “ଏହା ଡିଲ୍‌ର ଦର ସମ୍ପର୍କିତ ନଥିଲ। ଏହା ସୋଭେରେନ୍‌ ଗ୍ୟାରେଣ୍ଟୀ, ଟର୍ମସ ଆଣ୍ଡ କଣ୍ଡିସନ୍‌ ବାବଦରେ ଥିଲା। ଯାହା କିଛି ବି ଆଲୋଚନା ହୋଇଥିଲା ତାହାର ଦର ସହିତ କିଛି ସମ୍ପର୍କ ନାହିଁ।”



from Odisha Reporter http://bit.ly/2SlFGxd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages