
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି କଂଗ୍ରେସକୁ ଫେରିବେ ପୂର୍ବତନ ସାଂସଦ ସୁବାସ ନାୟକ। ଦଳ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହେବେ।
ସୁବାସଙ୍କ ବାସଭବନକୁ ଯାଇ ଆଜି ଏନେଇ ଆଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ସମେତ ଅନ୍ୟ ବରିଷ୍ଠ ନେତା।
ସୁବାସ ୧୯୯୧ ନିର୍ବାଚନରେ କଂଗ୍ରେସ ଟିକେଟରେ କଳାହାଣ୍ଡିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ଗତ ନିର୍ବାଚନ ବେଳେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ସୁବାସ। ଆଜି ରାହୁଲଙ୍କ ଉପସ୍ଥିତିରେ ସେ ଦଳକୁ ଫେରିବେ।
from Odisha Reporter http://bit.ly/2GbmnQL
No comments:
Post a Comment