ବିଶ୍ୱକପ୍‌କୁ ନେଇ ମୋଇନ୍‌ ଖାନ୍‌ କଲେ ପୂର୍ବାନୁମାନ, ଭାରତ ସମ୍ପର୍କରେ ଦେଲେ ଏଭଳି ବୟାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 13, 2019

ବିଶ୍ୱକପ୍‌କୁ ନେଇ ମୋଇନ୍‌ ଖାନ୍‌ କଲେ ପୂର୍ବାନୁମାନ, ଭାରତ ସମ୍ପର୍କରେ ଦେଲେ ଏଭଳି ବୟାନ

କରାଚି: ଆସନ୍ତା ମେ’ ୩୦ରୁ ଆରମ୍ଭ ହେବ ବିଶ୍ୱକପ୍‌ କ୍ରିକେଟ୍‌। ତେବେ ଏହାପୂର୍ବରୁ ପାକିସ୍ତାନ୍‌ର ପୂର୍ବତନ କ୍ରିକେଟର ମୋଇନ୍‌ ଖାନ୍‌ ବଡ଼ ବୟାନ ଦେଇଛନ୍ତି। ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ଅନେକ ଥର ମୁହାଁମୁହିଁ ହୋଇଛନ୍ତି। ହେଲେ ଆଜି ଯାଏ ପାକିସ୍ତାନ କେବେ ହେଲେ ଭାରତକୁ ବିଶ୍ୱକପ୍‌ରେ ହରାଇ ପାରିନାହିଁ। ତେବେ ଏଥର ବିଶ୍ୱକପ୍‌ରେ ପାକିସ୍ତାନ ଏହି ପରମ୍ପରାକୁ ଭାଙ୍ଗି ନୂଆ ରେକର୍ଡ କରିବ ବୋଲି ମୋଇନ୍‌ କହିଛନ୍ତି।

ବିଶ୍ୱକପରେ ଆଜି ଯାଏ ଭାରତ ଓ ପାକିସ୍ତାନ ୬ ଥର ମୁହାଁମୁହିଁ ହୋଇଛନ୍ତି। ୨୦୧୯ ବିଶ୍ୱକପରେ ଉଭୟ ଦଳ ୭ମଥର ପାଇଁ ଜୁନ୍ ୧୬ରେ ପରସ୍ପରକୁ ଭେଟିବେ।

ଏହାକୁ ଦୃଷ୍ଟିରେ ରଖି ମୋଇନ କହିଛନ୍ତି,“ବର୍ତ୍ତମାନ ପାକିସ୍ତାନ ପାଖରେ ଥିବା ଖେଳାଳିମାନେ ବିଶ୍ୱକପ୍‌ରେ ଭାରତ ବିପକ୍ଷ ରେକର୍ଡକୁ ଭାଙ୍ଗିବାକୁ ବେଶ ସକ୍ଷମ। ଏହି ଖେଳାଳିଙ୍କ ପାଖରେ ଯଥେଷ୍ଟ ଦକ୍ଷତା ରହିଛି। ଦଳରେ ଦକ୍ଷତା ସହ ବ୍ୟାଟିଂ ଲାଇନ୍‌ ଅପ୍‌ରେ ଗଭୀରତା ରହିଛି।

ସେହିପରି ପାକ୍‌ ଅଧିନାୟକ ସର୍ଫରାଜ ଅହମ୍ମଦ ଦଳକୁ ଠିକ୍‌ ଭାବେ ଗାଇଡ୍‌ କରୁଛନ୍ତି। ଦୁଇ ବର୍ଷ ତଳେ ଚାମ୍ପିୟନସ ଟ୍ରଫିରେ ପାକିସ୍ତାନ ଶକ୍ତିଶାଳୀ ଭାରତକୁ ଇଂଲଣ୍ଡ ମାଟିରେ ହରାଇଥିଲା। ଏବେ ସେହି ଇଂଲଣ୍ଡ ମାଟିରେ ମ୍ୟାଚ୍‌ ଖେଳା ଯିବ। ତେଣୁ ବିଶ୍ୱକପ୍‌ରେ ମଧ୍ୟ ପାକିସ୍ତାନ ତା’ର ଜଲୱା ଦେଖାଇବ।

ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ଟିମ୍‌ ବେଶ ଭଲ କରିଥିବାରୁ ବିଶ୍ୱକପ୍‌ରେ ଦଳ ଜବରଦସ୍ତ ପ୍ରଦର୍ଶନ କରିବ।”



from Odisha Reporter http://bit.ly/2E6TqTA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages