ଦଳ ନୁହେଁ, ଏବେ ‘କଳ-ବଳ’ ବନାମ୍‌ ‘କୌଶଳ’ର ଛକାପଞ୍ଝା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ଦଳ ନୁହେଁ, ଏବେ ‘କଳ-ବଳ’ ବନାମ୍‌ ‘କୌଶଳ’ର ଛକାପଞ୍ଝା

ଜନତା ବୁଝିବେ ଯାହା, ରାଜନେତାଙ୍କ ଉଦ୍ଦେଶ୍ୟ ତା’ର ବିପରୀତ ରହିବ। ଅର୍ଥାତ୍‌ ସିଂହଭାଗ ଲୋକଙ୍କୁ ସୁହାଇଲା ଭଳି ଫଳାଫଳର ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରି ନିର୍ବାଚନ ବେଳେ ପରସ୍ପର ବିରୋଧୀ ରାଜନେତା ବ୍ୟକ୍ତିଗତ ସ୍ୱାର୍ଥ ସାଧନର ‘ଗୁପ୍ତ ଡିଲ୍‌’ କରିବେ। ସବୁଥର ଭଳି ଏଥର ମଧ୍ୟ ତାହା ହିଁ ହେବ। କିନ୍ତୁ  ଲଗାତର୍‌ ପାୱାର୍‌ ସେଣ୍ଟର୍‌ର ଜାଗିର୍‌ ନେଇଥିବା କିଛି କାର୍ପଟ୍‌ଦାର୍‌ ଏଥର ନିର୍ବାଚନରେ ସେମାନଙ୍କ ପୂର୍ବ ଚମକ୍‌ ହରାଇବା ଏକରକମ ଥୟ। ରାଜ୍ୟର ବହୁ ଭେଟେରାନ୍‌ଙ୍କ ପାଇଁ ୨୦୧୯ ନିର୍ବାଚନ ‘ଶେଷ ସୁଯୋଗ’ ହୋଇଥିବାରୁ ଗତ ଦୁଇ ଦଶନ୍ଧି ତୁଳନାରେ ଏଥରର ନିର୍ବାଚନୀ ରାୟ କିଛିଟା ଭିନ୍ନ ହେବା ଆଶା କରାଯାଉଛି। ଆଉ ଆଶା ଅନୁସାରେ ଭୋଟ୍‌ ଫଳାଫଳ ଭିନ୍ନ ହେଲେ, ଏହି ଭିନ୍ନତା ହିଁ ଓଡ଼ିଶା ରାଜନୀତି ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିବା ବିଚିତ୍ର ନୁହେଁ।

ଗତ ତିନିଟି ନିର୍ବାଚନରୁ ପ୍ରାୟତଃ ଏହି ସଙ୍କେତ ମିଳିଛି ଯେ ପ୍ରତି ନିର୍ବାଚନମଣ୍ଡଳୀର ୩୫ରୁ ୪୫ ପ୍ରତିଶତ ଭୋଟର୍‌ ବୁଥ୍‌କୁ ଯିବାର ଦୁଇ ଦିନ ପୂର୍ବ ଯାଏ, କାହାକୁ ଭୋଟ୍‌ ଦେବେ, ତାହା ସ୍ଥିର କରି ନଥା’ନ୍ତି। ନିର୍ବାଚନ ତାରିଖର ପୂର୍ବ ରାତିରେ ବି କିଛି ପ୍ରତିଶତ ଭୋଟ୍‌ କେଉଁଠାରୁ କାଟି ଅନ୍ୟ କାହା ସହ ଯୋଡ଼ି ହୁଏ। ପ୍ରାୟତଃ ଅସ୍ଥିର ରହୁଥିବା ଏହି ଭୋଟର୍‌ମାନେ ଗତ ନିର୍ବାଚନଗୁଡ଼ିରେ ବିକଳ୍ପ ପ୍ରାର୍ଥୀ ନ ପାଇ ନବୀନ୍‌ଙ୍କ ବିଜେଡିକୁ ଶେଷ ମୁହୂର୍ତ୍ତରେ ପସନ୍ଦ କରିବାକୁ ବାଧ୍ୟ ହୋଇଥିବାରୁ ଶାସକ ଦଳ ନିଜେ କଷିଥିବା ଅଙ୍କର ଆଶାତୀତ ଫଳ ପାଇଛି। 

ଏବେ କିନ୍ତୁ ରାଜ୍ୟ ରାଜନୀତିର କିଛି ଭେଟେରାନ୍‌ ବା ସେମାନଙ୍କ ପ୍ରତିନିଧି ରାଜଧାନୀର ଏକ ନିର୍ଦ୍ଦିଷ୍ଟ ହୋଟେଲ୍‌ରେ ପ୍ରାୟ ଫି’ଦିନ୍ ବିଳମ୍ବିତ ସନ୍ଧ୍ୟାରେ ଏକାଠି ହୋଇ ଏହି ୩୦ରୁ ୪୦ ପ୍ରତିଶତ ଅସ୍ଥିର ଭୋଟର୍‌ଙ୍କ ପାଇଁ ବିକଳ୍ପ ପ୍ରାର୍ଥିତ୍ୱର ଗଣିତ କଷୁଛନ୍ତି। ଆଉ ସେମାନଙ୍କ ଗଣିତ ଟ୍ରାକ୍‌ରେ ରହିଲେ, ୫୦ରୁ ୬୦ ବିଧାନସଭା ଆସନରେ ବ୍ୟାକ୍‌ଫୁଟ୍‌ରେ ଥିବା ଶାସକ ବିଜେଡି ଅକଳରେ ପଡ଼ି ଯାଇପାରେ। କାରଣ ଥରେ ୮୦ରୁ ଖସି ଆସିଲେ,  ଉଭୟ ‘ଶଙ୍ଖ’ ଓ ନବୀନ୍‌ଙ୍କ କ୍ଷମତା କେନ୍ଦ୍ରର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ନିଶ୍ଚୟ। ଉପରୋକ୍ତ ୫୦-୬୦ ବିଧାନସଭା ଆସନରେ ବିଧାୟକଙ୍କ ବିରୋଧରେ ଜନ ଅସନ୍ତୋଷର ମାତ୍ରା ଏତେ ତୀବ୍ର ଯେ ପ୍ରାର୍ଥୀ ବଦଳାଇଲେ ବି ମାତ୍ର ଅଳ୍ପ କେତୋଟିକୁ ଛାଡ଼ିଦେଲେ, ଏହି ସବୁ ଆସନରେ ବିଜେଡିକୁ ଫାଇଦା ମିଳିବାର ସମ୍ଭାବନା ଏକଦମ୍‌ କମ୍‌। ଗୁରୁତ୍ୱପୂର୍ଣ୍ଣ କଥା, ଏହି ୫୦ରୁ ୬୦ ବିଧାନସଭା ଆସନ ରାଜ୍ୟର ୮ରୁ ୧୦ଟି ଲୋକସଭା ଆସନର ଭୋଟ୍ ଫଳାଫଳକୁ ମଧ୍ୟ ନିର୍ଣ୍ଣାୟକ ମୋଡ଼ ଦେବ।  

ଏବେ ପ୍ରାୟ ସବୁ ଦଳର ସଂଖ୍ୟାଧିକ ନେତା ବିରୋଧୀଙ୍କ ସହ ଗୋପନ୍‌ ଡିଲ୍‌ ଚୂଡ଼ାନ୍ତ କରିସାରିଲେଣି। ଏପରି କି କିଛି ନେତା ନିଜ ପରାଜୟ ନିଶ୍ଚିତ ଜାଣିବା ପରେ ଅନ୍ୟ ଦଳରୁ କିଛି ନେତା/ନେତ୍ରୀଙ୍କୁ ଖାସ୍ ‘ଟିକେଟ୍‌ ଥୋପ’ରେ ନିଜ ଆଡ଼କୁ ଆଣି ଅସନ୍ତୁଷ୍ଟ ଭୋଟର୍‌ଙ୍କୁ ଚକ୍‌ମା ଦେବାରୁ ପ୍ରୟାସ ଆରମ୍ଭ କଲେଣି। ଆଉ କିଛି ନେତା ଅନ୍ୟ ଦଳର ଅଫର୍‌କୁ କାର୍ଯ୍ୟକାରୀ କରିବା ପାଇଁ ନିଜ ଦଳର ପ୍ରାର୍ଥୀ ଚୟନକୁ ଅପେକ୍ଷା କରି ରହିଛନ୍ତି। ବିଜେଡି ଓ ବିଜେପିର ସ୍ଥିତି ପୂର୍ବବତ୍‌ ସ୍ଥିର ଥିବାବେଳେ ପୂର୍ବ ଆକଳନ ଅନୁସାରେ ରାଜ୍ୟରେ କଂଗ୍ରେସର ସ୍ଥିତି ବଦଳିଛି। ଆଉ କିଛି ରାଜନୀତିର କିଛି ହେଭିୱେଟ୍‌ଙ୍କ ସହ ରାଜ୍ୟ ହାତ ଦଳର ବୁଝାମଣାରୁ ସୁଫଳ ମିଳିଲେ, ୨୦୧୯ ନିର୍ବାଚନ ପରେ କ୍ଷମତା ରାଜନୀତିକୁ ଓଲଟ ପାଲଟ କରିବାର ଲଗାମ୍‌ ହାତ ପାର୍ଟି ପାଖରେ ରହିବା ଆଦୌ ଅସମ୍ଭବ ନୁହେଁ। ତେବେ ଟିକେଟ୍‌ ନ ପାଇଲେ, କେବଳ ବିଜେଡି ନୁହେଁ, ବିଜେପି ଓ କଂଗ୍ରେସର ବିଦ୍ରୋହୀମାନେ ନିଜ ଦଳ ପାଇଁ ହିଁ ଘାତକ ସାଜିବେ।

ସମ୍ଭବତଃ ପ୍ରଥମେ କଂଗ୍ରେସ, ପରେ ବିଜେପି ଓ ସବା ଶେଷକୁ ଶାସକ ବିଜେଡି ଆସନ୍ତା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଚୂଡ଼ାନ୍ତ କରିବେ। ଫେବୃଆରୀ ଶେଷ ସପ୍ତାହ ଅର୍ଥାତ୍‌ ଅତି ବେଶୀରେ ଆଉ ମାତ୍ର ଦୁଇ ସପ୍ତାହ ବେଳକୁ ନିର୍ବାଚନ କମିଶନ୍‌ ବିଧିବଦ୍ଧ ଭାବେ ତାରିଖ ଘୋଷଣା କରିବା ପରେ ଦଳୀୟ ଟିକେଟ୍‌ ପାଇଁ ଏବେ ଜୋର୍ ଧରିଥିବା ‘ଡ୍ରଇଂ ରୁମ୍‌ ଲବି’ ଆଗକୁ ଆଇବି, ହୋଟେଲ୍‌ ବା ସିକ୍ରେଟ୍‌ ଚ୍ୟାମ୍ବର୍‌କୁ ଯିବ। ସେହିଭଳି କିଛି ‘ଜିରୋ ନାଇଟ୍‌’ ମଧ୍ୟ ଟିକେଟ୍‌ ଆଶାୟୀମାନଙ୍କୁ  ବିଦ୍ରୋହୀର ସାଂଜୁ ପିନ୍ଧାଇ ବହୁ ଆସନରେ ଭୋଟ୍ ଗଣିତକୁ ବଦଳାଇ ଦେଇପାରେ। ତେବେ ଯାହା ବି ହେଉ, ଏହା ସତ ଯେ ରାଜ୍ୟରେ ଆଗାମୀ ୨ ମାସ ଦଳ ନୁହେଁ, ବରଂ କ୍ଷମତା, କଳ ଓ ବଳ ବନାମ୍‌ ରାଜନୈତିକ କୌଶଳ ମଧ୍ୟରେ ତୀବ୍ର ଲଢ଼େଇ ହେବ।



from Odisha Reporter http://bit.ly/2GINqlV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages