
ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ନିକଟସ୍ଥ ଲାଠି ଗାଁରେ ଜଣେ ଯୁବକ ତାଙ୍କ ବାପାଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଭିଯୁକ୍ତ ପୁଅକୁ ପୁଲିସ୍ ଗିରଫ କରିଛି। ଅଭିଯୁକ୍ତ ହେଲେ ସୀମାଞ୍ଚଳ ନାୟକ।
ଗତକାଲି ରାତିରେ ସୀମାଞ୍ଚଳ ମଦ ପିଇ ଘରକୁ ଫେରିଥିଲେ। କିଛି ଟଙ୍କା ପାଇଁ ବାପାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ସେ ଉତ୍ତ୍ୟକ୍ତ ହୋଇ ଏକ କାଠ ଫାଳିଆରେ ବାପାଙ୍କୁ ପିଟି ଦେଇଥିଲେ। ଏଥିରେ ଅଭି ଆହତ ହୋଇଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା।
from Odisha Reporter http://bit.ly/2Bn90Zq
No comments:
Post a Comment