
ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଆଜି ଫିଲ୍ମି ଫ୍ରାଇଡେରେ ପରଦାକୁ ଆସୁଛି ବଲିଉଡ୍ ହରର୍ ଥ୍ରୀଲର ‘ଅମାବାସ୍’। ଭୂତ-ପ୍ରେତ ଓ ପ୍ରତିଶୋଧର କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ ହୋଇଛି। ଯାହାର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ନର୍ଗିସ ଫକରୀ ଏବଂ ସଚିନ୍ ଯୋଶୀ। ଅନ୍ୟମାନଙ୍କ ମଧ୍ୟରେ ସାଗର ଅଲ୍ଲୀ ଓ ମୋନା ସିଂହଙ୍କୁ ମଧ୍ୟ ପ୍ରମୁଖ ଚରିତ୍ରରେ ଅଭିନୟ କରିବାର ଦେଖିବାକୁ ମିଳିଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଭୂଷଣ ପଟେଲ୍।
ଏକ ନବବିବାହିତ ଦମ୍ପତି କିଭଳି ସହରଠୁ ଦୂରରେ ଏକ ହଣ୍ଟେଡ୍ ଘରେ ଫସିଯାଉଛନ୍ତି ଏବଂ ସେଠାରେ କେମିତି ତାଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ୁଛି ତାହା ହିଁ ଫିଲ୍ମର ବିଷୟ ବସ୍ତୁ।
ରାଜଧାନୀ ଭୁବନେଶ୍ୱରରେ ପ୍ରମୁଖ ହଲ୍ରେ ଆଜି ଏହି ଫିଲ୍ମ ରିଲିଜ୍ ହେଉଛି।
ନିର୍ଦ୍ଦେଶକ ଭୂଷଣ ପୂର୍ବରୁ ମଧ୍ୟ ୧୯୨୦: ଏଭିଲ୍ସ ରିଟର୍ଣ୍ଣ, ରାଗିଣୀ ଏମ୍ଏମ୍ଏସ୍ ୨ ଏବଂ ଏଲୋନ୍ ଭଳି ହରର୍ ଫିଲ୍ମ ନିର୍ମାଣ କରିସାରିଛନ୍ତି।
from Odisha Reporter http://bit.ly/2GiO0ak
No comments:
Post a Comment