
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ ୪୦ ଜଣ ସିଆର୍ପିଏଫ୍ ଯବାନ ସହିଦ ହୋଇଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ପାକିସ୍ତାନ ବିରୋଧରେ ଆକ୍ରୋଶ ବୃଦ୍ଧି ପାଉଛି। ଦେଶର ସମସ୍ତ ନାଗରିକ ଏ ଘଟଣା ପାଇଁ ପାକିସ୍ତାନକୁ କଡ଼ା ଜବାବ ଦେବାକୁ ଦାବି କରୁଛନ୍ତି। ଏଥିରେ ଦେଶର ବ୍ୟବସାୟୀମାନେ ବି ସାମିଲ ହୋଇଛନ୍ତି।
ଏହି ଆକ୍ରମଣ ପ୍ରତିବାଦରେ ଭାରତୀୟ ବ୍ୟବସାୟୀ ସଂଘ ଫେବୃଆରୀ ୧୮ ତାରିଖରେ ବନ୍ଦ ଡାକରା ଦେଇଛି। ସେଦିନ ଦେଶର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ସଂଘ ଆହ୍ୱାନ ଦେଇଛି। ବନ୍ଦ ଜରିଆରେ ସଂଘ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଚାହୁଁଛି। ଏହା ସହିତ ଆତଙ୍କବାଦୀଙ୍କୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଘ ଦାବି କରିଛି।
ଗତକାଲି ଦେଶର ବିଭିନ୍ନ ସ୍ଥାନରେ ଲୋକେ ପାକିସ୍ତାନର ପତାକା ପୋଡ଼ିବା ସହିତ ନାରାବାଜି କରିଥିଲେ। ଏହା ସହିତ ସାରା ଦେଶରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
from Odisha Reporter http://bit.ly/2TMRHIy
No comments:
Post a Comment