ଔରଙ୍ଗଜେବ୍‌ଙ୍କ ହତ୍ୟା ଘଟଣାରେ ୩ ଯବାନଙ୍କୁ ପଚରାଉଚରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 5, 2019

ଔରଙ୍ଗଜେବ୍‌ଙ୍କ ହତ୍ୟା ଘଟଣାରେ ୩ ଯବାନଙ୍କୁ ପଚରାଉଚରା

ଶ୍ରୀନଗର: ଗତ ବର୍ଷ ଜୁନ୍‌ ମାସରେ ଜମ୍ମୁ କଶ୍ମୀରରେ ଯବାନ ଔରଙ୍ଗଜେବଙ୍କ ହତ୍ୟା ପଛରେ କିଛି ଯବାନଙ୍କ ହାତ ରହିଥିବା ନେଇ ଅଭିଯୋଗ ହୋଇଥିବାରୁ ସେନା ପକ୍ଷରୁ ପଚରାଉଚରା ଆରମ୍ଭ ହୋଇଛି।

ସେ ଘରକୁ ଫେରୁଥିବାବେଳେ ଜମ୍ମୁ କଶ୍ମୀରର ପୁଲ୍‌ୱାମାଠାରେ ତାଙ୍କୁ କିଛି ଆତଙ୍କବାଦୀ ଅପହରଣ କରିବା ପରେ ହତ୍ୟା କରିଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ସେ ଇଦ୍‌ ମନାଇବା ପାଇଁ ପୁଞ୍ଛଠାରେ ଥିବା ତାଙ୍କ ଘରକୁ ଫେରୁଥିଲେ।

ପୁଲିସ ଏବଂ ସେନାର ଏକ ମିଳିତ ଦଳ ତାଙ୍କ ମୃତ ଦେହ ପାଇଥିଲେ। ତାଙ୍କ ମୁଣ୍ଡ ଏବଂ ବେକ ପାଖରେ ଗୁଳି ମାଡ଼ ହୋଇଥିଲା।

କିନ୍ତୁ ୪୪ ରାଷ୍ଟ୍ରୀୟ ରାଇଫଲ୍ସର ଏହି ୩ ଯବାନ ଔରଙ୍ଗଜେବଙ୍କ ଗତିବିଧି ବାବଦରେ ତଥ୍ୟ ଲିକ୍‌ କରିଥିବାନେଇ ତଦନ୍ତ ପରେ ସନ୍ଦେହ ହେବାରୁ ସେମାନଙ୍କୁ ପଚରାଉଚରା କରାଯାଇଛି।

ସୂଚନାଯୋଗ୍ୟ ଯେ, ତାଙ୍କର ମୃତ୍ୟୁ ପରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଅମିତ ଶାହ ଏବଂ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ୍ ପୃଥକ ପୃଥକ ଭାବରେ ଔରଙ୍ଗଜେବ୍‌ଙ୍କ ପରିବାର ଲୋକଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ସାନ୍ତ୍ୱନା ଦେଇଥିଲେ। ଔରଙ୍ଗଜେବଙ୍କୁ ମରଣୋତ୍ତର ଭାବରେ ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଛି।



from Odisha Reporter http://bit.ly/2RHOJTG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages