
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ-କିଷାନ ଯୋଜନା ଅଧୀନରେ ୧୨ କୋଟି କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ବାର୍ଷିକ ସୁନିଶ୍ଚିତ ୬ ହଜାର ଟଙ୍କାର ବାର୍ଷିକ ଆୟ ଯୋଗାଇ ଦିଆଯିବ। ଏଥିପାଇଁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।
ରାଷ୍ଟ୍ରୀୟ ଗୋକୁଳ ମିଶନ ପାଇଁ ବ୍ୟୟବରାଦ ୭୫୦ କୋଟି ଟଙ୍କା କରାଯାଇଛି। ଗୋ ସମ୍ପଦଙ୍କ ନିରନ୍ତର ଜୈବିକ ଉନ୍ନତି ଲାଗି ରାଷ୍ଟ୍ରୀୟ କାମଧେନୁ ମିଶନ ଗଠନ କରାଯିବ।
ଦେଶର ୧.୫ କୋଟି ମତ୍ସ୍ୟଜୀବୀଙ୍କ ପାଇଁ ନୂତନ ମତ୍ସ୍ୟପାଳନ ବିଭାଗ ଗଠନ କରାଯିବ। ପଶୁ ପାଳନ ଏବଂ ମତ୍ସ୍ୟଚାଷ କାର୍ଯ୍ୟକଳାପ ପାଇଁ ଚାଷୀଙ୍କୁ ଋଣ ଉପରେ ଅତିରିକ୍ତ ୨% ସୁଧ ରିହାତି ଦିଆଯିବ। ସେହିପରି ଠିକ୍ ସମୟରେ ଋଣ ପରିଶୋଧ କଲେ ଅତିରିକ୍ତ ୩% ଛାଡ଼ କରାଯିବ। ଅର୍ଥାତ ୫% ସୁଧ ଛାଡ଼ ହେବ।
ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଋଣ ପରିଶୋଧର ସମୟ ସୀମା ପୁନଃନିର୍ଦ୍ଧାରଣ ହେବା ସଙ୍ଗେସଙ୍ଗେ ସମ୍ପୂର୍ଣ୍ଣ ଅବଧି ପାଇଁ ୨% ଅତିରିକ୍ତ ସୁଧ ଛାଡ଼ ବ୍ୟବସ୍ଥା କରାଯାଇଛି।
from Odisha Reporter http://bit.ly/2sZkCNL
No comments:
Post a Comment