ଲିକ୍‌ ହେଲା ‘ଖତରୋଁକି ଖିଲାଡ଼ୀ-୯’ର ବିଜେତାଙ୍କ ନାଁ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 17, 2019

ଲିକ୍‌ ହେଲା ‘ଖତରୋଁକି ଖିଲାଡ଼ୀ-୯’ର ବିଜେତାଙ୍କ ନାଁ !

khhiladi

ମୁମ୍ବାଇ: କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଆଲିଟି ଶୋ’ ‘ଖତରୋଁକି ଖିଲାଡ଼ୀ-୯’’ ଏବେ ଟିଆର୍‌ପିରେ ଆଗରେ ରହିଛି। ଏହି ଶୋ’କୁ ଦର୍ଶକଙ୍କ ଖୁବ୍‌ ଭଲ ପାଇବା ମିଳୁଛି। ଶୋ’ର ପ୍ରତି ଏପିସୋଡ୍‌ ଖୁବ୍‌ ଚିତାକର୍ଷକ ହୋଇଥିବା ବେଳେ ଶୋ’ ର ବିଜେତା କିଏ ହେବ ତାକୁ ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି।
ହେଲେ ଚର୍ଚ୍ଚା ହେଉଛି ଶୋ’ର ବିଜେତାର ନାଁ ଲିକ୍‌ ହୋଇଯାଇଛି। କାର୍ଯ୍ୟକ୍ରମର ଫାଇନାଲ ଏପିସୋଡ୍‌ ପ୍ରସାରଣ ହୋଇ ନଥିଲେ ମଧ୍ୟ ବିଜେତାଙ୍କ ନାମ ଲିକ୍‌ ହୋଇ ଥିବା କୁହାଯାଉଛି। ଆଉ ବିଜେତା ଜଣକ ପୁନିତ୍ ପାଠକ ବୋଲି ଜଣାପଡ଼ିଛି। ରିପୋର୍ଟ ମୁତାବକ, ଖତ୍‌ରୋଁ କୀ ଖିଲାଡ଼ୀ-୯ର ଫାଇନାଲ୍ଏ ପିସୋଡ୍‌ ଶୁଟ୍‌ ହୋଇସାରିଛି।


ଆର୍ଜେଣ୍ଟିନାରେ ଏହି ଶୋ’ର ଶୁଟିଂ ପୂରା ହୋଇ ସାରିଛି। ଆଉ ଏହି ଶୋ’ରେ ଅନ୍ତିମ ଏପିସୋଡ୍‌ରେ ଖୁବ୍‌ ବିପଜନ୍ନକ ଟାସ୍କ ଦେଖାଯିବ। ଏକଥା ବି ଜଣା ପଡ଼ଛି ଯେ, ଫାଇନାଲ୍‌ ଏପିସୋଡ଼୍‌ରେ ପୁନିତ୍‌, ଆଦିତ୍ୟ ଓ ରିଦ୍ଧିମା ପରସ୍ପରକୁ କଡ଼ା ଟକ୍କର ଦେବେ । ଏହି ତିନି ପ୍ରତିଯୋଗୀ ଫାଇନାଲ୍‌ରେ ପହଞ୍ଚିଛନ୍ତି।  ସେମାନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ ବିଜେତାଙ୍କ ନାମ ଘୋଷଣା କରାଯିବ।


କିନ୍ତୁ ତା ପୂର୍ବରୁ ଉକ୍ତ ସିଜିନ୍‌ର ବିଜେତାଙ୍କ ନାମ ଲିକ୍‌ ହେବା ନେଇ ଚର୍ଚ୍ଚା ହେଉଛି। ତେବେ ଏହାର ସତ୍ୟତା ଜଣାପଡ଼ି ନାହିଁ। ସବୁଥରକ ପରି ଏଥରକ ବି ଶୋ’ର ଫାଇନାଲ୍‌ ଏପିସୋଡ୍‌ ଟାସ୍କ ନିଜେ ରୋହିତ୍‌ ସେଟ୍ଟୀ ପ୍ଲାନ୍‌ କରିଛନ୍ତି।



from Odisha Reporter http://bit.ly/2X8NyAU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages