ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ପୁଲିସ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 26, 2019

ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ପୁଲିସ ବାବୁ

ନୂଆପଡ଼ା (ଓଡ଼ିଶା ରିପୋର୍ଟର): ଜାତିଆଣ ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ନୂଆପଡ଼ାର ଡିଏସ୍‌ପି ରବିନ୍ଦ୍ର କୁମାର ସେଠୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କା ଜବତ କରିଛନ୍ତି। ଏଥିସହ ଶ୍ରୀ ସେଠୀଙ୍କ ସରକାରୀ ବାସଭବନ ଓ କୁଜଙ୍ଗ ସ୍ଥିତ ପୈତୃକ ଘରେ ଭିଜିଲାନ୍ସ ଚଢ଼ଉ କରିଛି।

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ନରସିଂହପୁର ଗାଁର ଜଗଦୀଶ ଛୁରା ଏକ ଜାତିଆଣ ମାମଲାରେ ଫସି ଯାଇଥିଲେ। ସେଥିରୁ ମୁକ୍ତି ପାଇବା ପାଇଁ ସେ ଏସ୍‌ଡିପିଓଙ୍କ ପାଖରେ ଶରଣ ପଶିଥିଲେ। ମାମଲାର ସମାଧାନ ପାଇଁ ଶ୍ରୀ ସେଠୀ ତାଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ପରେ ମୂଲ୍‌ଚାଲ୍‌ ୫୦୦୦ ଟଙ୍କାରେ ଛିଡ଼ିଥିଲା।

ଯୋଜନା ମୁତାବକ ଶ୍ରୀ ଛୁରା ଆଜି ଲାଞ୍ଚ ଟଙ୍କା ଦେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ନୂଆପଡ଼ା, କଳାହାଣ୍ଡି ଓ ରାୟଗଡ଼ା ଭିଜିଲାନ୍ସ ଅଧିକାରୀମାନେ ଏହି ଚଢ଼ଉରେ ସାମିଲ୍‌ ଥିଲେ।



from Odisha Reporter https://ift.tt/2XpGAHN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages