ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ପଣସ କଠା କଟ୍‌ଲେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 24, 2019

ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ପଣସ କଠା କଟ୍‌ଲେଟ୍‌

ଆବଶ୍ୟକ ସାମଗ୍ରୀ: ପଣସ କଠା, ଆଳୁ, ପିଆଜ, ରସୁଣ କଟା, ଅଦା କଟା, କଞ୍ଚାଲଙ୍କା କଟା, କଟା ଧନିଆ ପତ୍ର, ବେସନ, ଗରମ ମସଲା ଗୁଣ୍ଡ, ରିଫାଇନ୍ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ:  ପ୍ରଥମେ ପଣସ କଠାକୁ ଅଳ୍ପ ପାଣି ଓ ଲୁଣ ଦେଇ ପ୍ରେସର୍‌ କୁକର୍‌ରେ ସିଝାଇ ରଖନ୍ତୁ। ଆଳୁକୁ ମଧ୍ୟ ସିଝାଇ ଦିଅନ୍ତୁ। ସିଝିଗଲା ପରେ ଆଳୁ ଓ ପଣସ କଠାକୁ ଏକାଠି ଚକଟି ଦିଅନ୍ତୁ। ବର୍ତ୍ତମାନ କଡ଼େଇରେ ଅଳ୍ପ ତେଲ ଗରମ କରି ପିଆଜ କଟା, ରସୁଣ କଟା, ଅଦା କଟା ଓ କଟା କଞ୍ଚାଲଙ୍କା ପକାଇ ଅଳ୍ପ ସମୟ ଭାଜନ୍ତୁ। ଏବେ ଏଥିରେ ପୂର୍ବରୁ ଚକଟି ରଖିଥିବା ପଣସ କଠାକୁ ପକାଇ ଭଲଭାବରେ ଗୋଳାଇ ଚୁଲିରୁ ଓହ୍ଲାଇ ଥଣ୍ଡା କରନ୍ତୁ। ଏବେ ଏଥିରେ କଟା ଧନିଆପତ୍ର, ଗରମ ମସଲା ଗୁଣ୍ଡ, ବେସନ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବରେ ଗୋଳାନ୍ତୁ। ଏହି ମିଶ୍ରଣକୁ କଟଲେଟ୍ ଆକାରରେ ଗଢ଼ି ରଖନ୍ତୁ। ବର୍ତ୍ତମାନ ତାୱା ଗରମ କରି ସେଥିରେ କଟଲେଟ୍‌ସବୁକୁ ଅଳ୍ପ ତେଲ ଦେଇ ଦୁଇ କଡ଼ ଲାଲ ହେବା ଯାଏ ଭାଜନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଗରମା ଗରମ ପଣସ କଠା କଟଲେଟ୍। ଏହାକୁ ଚଟଣୀ କିମ୍ବା ସସ୍ ସହିତ ପରଷନ୍ତୁ।



from Odisha Reporter https://ift.tt/2TdcZSG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages