୨୭ ବର୍ଷ ପରେ ପ୍ରଥମ ଥର ଗୁଜରାଟରେ ଦେଖିବାକୁ ମିଳିଲା ବାଘ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

୨୭ ବର୍ଷ ପରେ ପ୍ରଥମ ଥର ଗୁଜରାଟରେ ଦେଖିବାକୁ ମିଳିଲା ବାଘ

tiger

ଅହମଦାବାଦ:  ଦୀର୍ଘ ୨୭ ବର୍ଷ ପରେ ଗୁଜରାଟରେ ବାଘ ଦେଖିବାକୁ ମିଳିଛି। ଏକ ବାଘ ରାସ୍ତା ପାର ହେଉଥିବାର ଦୃଶ୍ୟ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଗୁଜରାଟ ବନ ବିଭାଗ ପକ୍ଷରୁ ଗୁରୁତର ସହ ନିଆଯାଇ, ସତ୍ୟାସତ୍ୟ ଜାଣିବାକୁ ଉଦ୍ୟମ ଆରମ୍ଭ କରିଦିଆଯାଇଛି।

ରବିବାର ଦିନ ମହେଶ ମେହେର ନାମକ ଜଣେ ସ୍କୁଲ ଶିକ୍ଷକ ଦାବି କରିଥିଲେ ଯେ, ବୋରିଆ ଗାଁ ନିକଟରେ ବାଘଟି ରାସ୍ତା ପାର ହେଉଥିବା ସେ ଦେଖିଥିଲେ। ନିଜ ମୋବାଇଲ୍‌ରେ ସେ ବାଘର ଫଟୋ ଉଠାଇବା ସହ ଏହାକୁ ସୋଶାଲ୍‌ ମିଡିଆରେ ସାଙ୍ଗମାନଙ୍କ ସହ ଶେୟାର କରିଥିଲେ।

ଫଟୋଟି ବନ ବିଭାଗ ପାଖରେ ପହଞ୍ଚିବା ପରେ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିଲା। ଏହାର ସତ୍ୟାସତ୍ୟ ଜାଣିବା ପାଇଁ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ଦୁଇଟି କ୍ୟାମେରା ଟ୍ରାପ୍‌ ଖଞ୍ଜିବା ସହ ବନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା।

ଗୁଜରାଟର ମୁଖ୍ୟ ବନ ସଂରକ୍ଷକ ଅକ୍ଷୟ ସକ୍ସେନା କହିଛନ୍ତି, “ଭାଇରାଲ ହୋଇଥିବା ଫଟୋକୁ ଆମେ ମିଛ ବୋଲି କହୁନାହୁଁ। ଜଣେ ସାଧାରଣ ନାଗରିକ ଏପରି ଦାବି କରିଛନ୍ତି। ଏହାପରେ ଆମେ ଉକ୍ତ ଅଞ୍ଚଳକୁ ଯାଞ୍ଚ କରୁଛୁ। ଆମେ ଦୁଇଟି ଟ୍ରାପ୍‌ କ୍ୟାମେରା ଲଗାଇଛୁ। ପରବର୍ତ୍ତୀ ସମୟରେ ଅଧିକ କ୍ୟାମେରା ଲଗାଯିବ।” ସେ ଆହୁରି କହିଛନ୍ତି, “ଆମ କର୍ମଚାରୀମାନେ ବାଘର ପାଦ ଚିହ୍ନ ଓ ଗୋବର ଠାବ କରିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ବାଘର ଉପସ୍ଥିତି ନେଇ କିଛି ପ୍ରମାଣ ହସ୍ତଗତ ହୋଇପାରିନାହିଁ।”

ସେ କହିଛନ୍ତି, “ରାଜସ୍ଥାନ ଓ ମଧ୍ୟପ୍ରଦେଶ ଏଠାରୁ ୧୦୦ କିମି ଦୂର। ଏପରି ସ୍ଥିତିରେ ଅଞ୍ଚଳରେ ବାଘ ଦେଖାଯିବା ନିଶ୍ଚିତ ପକ୍ଷେ ଆଶ୍ଚର୍ଯ୍ୟର ବିଷୟ। ଆମେ ଏହାକୁ ସ୍ପଷ୍ଟ କରିବାକୁ ଉଦ୍ୟମ ଜାରି ରଖିଛୁ।”

ମହେଶ ଦାବି କରିଥିଲେ, ଗତ ୬ ତାରିଖ ଅପରାହ୍ଣ ପ୍ରାୟ ୫ଟା୧୫ରେ ସ୍କୁଲରୁ ନିଜ ଚାରିଚକିଆ ଗାଡ଼ିରେ ଫେରିବା ବେଳେ ବାଘଟି ରାସ୍ତା ପାର ହେଉଥିବା ଦେଖିଥିଲେ। ଏହାପରେ ଗାଡି ଅଟକାଇ ବାଘର ଫଟୋ ଉଠାଥିଲେ।

ସୂଚନାଯୋଗ୍ୟ,  ୧୯୯୨ରେ ଗୁଜରାଟ୍‌ରେ ଶେଷ ଥର ପାଇଁ ବାଘ ଦେଖାଯାଇଥିଲା। ରାଜ୍ୟର ଡାଙ୍ଗ ସୀମାରେ ଏହି ବାଘକୁ ଠାବ କରାଯାଇଥିଲା। ଏହାପରେ ଦେଶର କୌଣସି ସ୍ଥାନରେ ବାଘ ଦେଖିବାକୁ ମିଳିନଥିଲା। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଅନୁସାରେ ଦେଶର ୧୮ଟି ରାଜ୍ୟରେ ବାଘ ଅଛନ୍ତି। ଗୁଜରାଟ ଏହି ତାଲିକାରେ ନାହିଁ। ତେବେ ପଡ଼ୋଶୀ ମଧ୍ୟପ୍ରଦେଶ ଓ ରାଜସ୍ଥାନ ଏହି ତାଲିକାରେ ରହିଛି।



from Odisha Reporter http://bit.ly/2SIcFuO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages