ପାକିସ୍ତାନର ଅନୁରୋଧକୁ ଅଗ୍ରାହ୍ୟ କଲେ ଆଇସିଜେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 19, 2019

ପାକିସ୍ତାନର ଅନୁରୋଧକୁ ଅଗ୍ରାହ୍ୟ କଲେ ଆଇସିଜେ

ଦି ହେଗ୍‌: ମଙ୍ଗଳବାର କୁଲଭୂଷଣ ଯାଦବ ମାମଲାରେ ଶୁଣାଣିକୁ ସ୍ଥଗିତ ରଖିବାପାଇଁ ପାକିସ୍ତାନର ଅନୁରୋଧକୁ ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ (ଆଇସିଜେ) ଅଗ୍ରାହ୍ୟ କରିଦେଇଛନ୍ତି। ପାକିସ୍ତାନ ଏହି ଅବସରରେ ନୂଆ ଆଡ୍‌-ହକ୍‌ ଜଜ୍‌ ବା ଅସ୍ଥାୟୀ ବିଚାରପତି ନିଯୁକ୍ତି ପାଇଁ ଅନୁରୋଧ କରିଥିଲା ଏବଂ ଏହାକୁ ମଧ୍ୟ ବିଚାରପତି ମଣ୍ଡଳୀ ଖଣ୍ଡନ କରିଥିଲେ।

ଜମ୍ମୁକଶ୍ମୀରର ପୁଲ୍‌ୱାମାଠାରେ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆହୁରି ତିକ୍ତ ହୋଇ ପଡ଼ିଥିବାବେଳେ ସୋମବାରଠାରୁ ଦି ହେଗ୍‌ସ୍ଥିତ ଆଇସିଜେ ମୁଖ୍ୟାଳୟଠାରେ ଚାଲିଥିବା ଏହି ୪ ଦିନିଆ ଶୁଣାଣି ଚାଲୁରହିଛି। ପାକିସ୍ତାନ ଆଜି ପକ୍ଷ ରଖିବାକୁ ଥିବାବେଳେ ଏହି ରାଷ୍ଟ୍ର ପକ୍ଷରୁ ଥିବା ଅସ୍ଥାୟୀ ବିଚାରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନଥିବା ଦର୍ଶାଇ ପାକିସ୍ତାନ ଏହି ଶୁଣାଣି ସ୍ଥଗିତ ରଖିବାକୁ କହିଥିଲା।

ପାକିସ୍ତାନ ପାଇଁ ଥିବା ଆଡ୍‌-ହକ୍‌ ଜଜ୍ ତସାଦକ୍‌ ହୁସେନ୍‌ ଜିଲ୍ଲାନୀଙ୍କର ଶୁଣାଣି ପୂର୍ବରୁ ହୃଦ୍‌ଘାତ ହୋଇଥିବା ଜଣାଯାଇଛି। ପାକିସ୍ତାନର ପକ୍ଷ ରଖୁଥିବା ଆଟର୍ଣ୍ଣି ଜେନେରାଲ ଅନ୍‌ୱର ମନ୍‌ସୁର ଖାନ୍‌ ଶୁଣାଣି ଆରମ୍ଭରେ କହିଥିଲେ, ଆଡ-ହକ୍‌ ଜଜ୍‌ ନିଯୁକ୍ତି ପାଇଁ ଆମକୁ ଅଧିକାର ମିଳିଛି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଆମର ଜଜ୍‌ ଅତ୍ୟାବଶ୍ୟକ। ପାକିସ୍ତାନ ଏହାକୁ ଦୃଷ୍ଟିରେ ରଖି କହିବାକୁ ଚାହେଁ ଅନୁଚ୍ଛେଦ ୩୫-୫ ଅନୁଯାୟୀ ଆମକୁ ମିଳିଥିବା ଅଧିକାର ଅନୁଯାୟୀ ନୂତନ ଜଜ୍‌ ନିଯୁକ୍ତ ହୋଇ ଶୁଣାଣି ଆରମ୍ଭ କରିବାପାଇଁ ପର୍ଯ୍ୟାପ୍ତ ସମୟ ଦରକାର।

କିନ୍ତୁ ଆଇସିଜେ ପାକିସ୍ତାନର ଅନୁରୋଧକୁ ଖଣ୍ଡନ କରି କହିଥିଲେ ବିନା ଆଡ୍‌-ହକ୍‌ ଜଜ୍‌ରେ ଶୁଣାଣି ଚାଲୁ ରହିବ। ଏହା ପୂର୍ବରୁ ସୋମବାର ଭାରତ ପକ୍ଷରୁ ଯାଦବଙ୍କୁ ଦିଆଯାଇଥିବା ମୃତ୍ୟୁଦଣ୍ଡାଦେଶ ବିରୋଧରେ ଯୁକ୍ତି ରଖାଯାଇଥିଲା ଏବଂ ତାଙ୍କର ତୁରନ୍ତ ମୁକ୍ତି ପାଇଁ ଦାବି ହୋଇଥିଲା। ଭାରତ ପକ୍ଷରୁ କୁହାଯାଇଥିଲା ପାକିସ୍ତାନୀ ସାମରିକ କୋର୍ଟ ଏକ ‘ପ୍ରହସନ’ ଭିତ୍ତିରେ ଏହି ରାୟ ଦେଇଥିଲା ଏବଂ ଏଥିରେ ସର୍ବନିମ୍ନ ପ୍ରକ୍ରିୟା ମଧ୍ୟ ପୂରଣ କରାଯାଇନଥିଲା।



from Odisha Reporter http://bit.ly/2V6RDDM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages