
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ମାର୍ଚ୍ଚ ୪ ତାରିଖରେ ଜାଗରଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କର ନୀତିକାନ୍ତି ସଂକ୍ରାନ୍ତିୟ ପ୍ରସ୍ତୁତି ବୈଠକ ଭୁବନେଶ୍ୱର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା।
ଚଳିତବର୍ଷ ରାତି ୧୦ ଟାରେ ମହାଦୀପ ଉଠିବା ନେଇ ସମୟ ଧାର୍ଯ୍ୟ ହୋଇଛି। ଏହାସହ ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
ବୈଠକରେ ତିନି ପ୍ରମୁଖ ନିଯୋଗର ସେବାୟତ ଯୋଗ ଦେଇ ନଥିଲେ। ଗତବର୍ଷ ୩ ଘଣ୍ଟା ବିଳମ୍ବରେ ମହାଦୀପ ଉଠିଥିଲା। ଚଳିତବର୍ଷ ଯେଭଳି ସେହି ଘଟଣାର ପୁନରାବୃତ୍ତି ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ଜାଗର ପାଇଁ ତିନି ନିଯୋଗ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
ମହାଶିବରାତ୍ରି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବାକିଥିବା କାମ ମାର୍ଚ୍ଚ ପହିଲା ସୁଦ୍ଧା ଶେଷ ହୋଇଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
from Odisha Reporter https://ift.tt/2BNVaj4
No comments:
Post a Comment