
ନୂଆଦିଲ୍ଲୀ:ପୁଲ୍ୱାମା ପ୍ରସଙ୍ଗରେ କଂଗ୍ରେସ ଭାରତ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଦେବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିବାର କିଛି ଦିନ ପରେ ହିଁ କଥା ବଦଳାଇବା ଆରମ୍ଭ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ଏହି ଖବରରେ ସମଗ୍ର ଦେଶ ସ୍ତବ୍ଧ ହୋଇଯାଥିବା ସମୟରେ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଡକ୍ୟୁମେଣ୍ଟାରୀ ଶୁଟିଂ କରୁଥିଲେ ବୋଲି କଂଗ୍ରେସ ଅଭିଯୋଗ ଆଣିଛି।
କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ଅଭିଯୋଗ ଆଣିଛନ୍ତି, “୩.୧୦ ସମୟରେ ଆତଙ୍କବାଦୀ ଆକ୍ରମଣ ଘଟିଲା। କିନ୍ତୁ ପ୍ରଧାନମନ୍ତ୍ରୀ ୬.୪୦ ଯାଏ ଫିଲ୍ମ ଶୁଟିଂରେ ବ୍ୟସ୍ତ ଥିଲେ। ଯେତେବେଳେ ସମଗ୍ର ଦେଶ ସହିଦ ଯବାନଙ୍କ ପାଇଁ ଲୁହ ଗଡ଼ାଉଥିଲା, ମୋଦି ଫିଲ୍ମ ଶୁଟିଂ ଚାଲୁରଖିଥଲେ। ସମଗ୍ର ବିଶ୍ୱରେ ଏଭଳି ପ୍ରଧାନମନ୍ତ୍ରୀ ମିଳିବେ କି ?”
ମୋଦି ‘ଡିସ୍କଭରୀ’ ଚ୍ୟାନେଲ ପାଇଁ ଏକ ଡକ୍ୟୁମେଣ୍ଟାରୀ ଫିଲ୍ମର ଶୁଟିଂରେ ଭାଗ ନେଇଥିଲେ, ଯେଉଁଥିରେ ସେ ହିମାଳୟରେ ବିତାଇଥିବା ଦିନ ବାବଦରେ କାହାଣୀ ରହିଛି। ଏହି ସମୟରେ ସେ କର୍ବେଟ୍ ଅଭୟାରଣ୍ୟଠାରେ ଶୁଟିଂ କରୁଥିଲେ ଏବଂ ଦେଶ ଯେତେବେଳେ ଖିଆପିଆ ଭୁଲିଯାଇଥିଲା ମୋଦି ଚା ପିଇଥିଲେ ଏବଂ ସମୋସା ଖାଉଥିଲେ ବୋଲି କଂଗ୍ରେସ ଅଭିଯୋଗ ଆଣିଛି।
ଏତଦ୍ବ୍ୟତୀତ ପାକିସ୍ତାନର ବିପଦ ବେଳର ବନ୍ଧୁ ସାଉଦି ଆରବର ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କୁ ମୋଦି ସ୍ୱାଗତ କରିବାର ତରିକାକୁ ମଧ୍ୟ କଂଗ୍ରେସ ସମାଲୋଚନା କରିଛି। ଏହି ସମୟରେ ପ୍ରୋଟୋକଲ ଭାଙ୍ଗି ଏବଂ ହସି ହସି ସ୍ୱାଗତ କରିବାର କ’ଣ ଆବଶ୍ୟକତା ଥିଲା ବୋଲି କଂଗ୍ରେସ ପ୍ରଶ୍ନ ଉଠାଇଛି।
from Odisha Reporter https://ift.tt/2U2Klkk
No comments:
Post a Comment