
ମୁମ୍ୱାଇ: ୯୦ ଦଶକର ଲୋକପ୍ରିୟ ଗୀତ “ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେଁ ଆନା, ଧୀରେ ଧୀରେ ସେ ଦିଲ୍କୋ ଚୁରାନା” କାହାର ବା ମନେ ନ ଥିବ। ଫିଲ୍ମ ଆଶିକିର ଏହି ଗୀତଟି ସେହି ସମୟର ଯୁବପିଢୀଙ୍କୁ ବେଶ୍ ପସନ୍ଦ ଆସିଥିଲା।
କେବଳ ଫିଲ୍ମ ନୁହେଁ, ଏଥିରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀଙ୍କର ଅଭିନୟକୁ ମଧ୍ୟ ଦର୍ଶକ ବେଶ୍ ପସନ୍ଦ କରିଥିଲେ। ଆମେ କହୁଛୁ ଲୋକପ୍ରିୟ ଅଭିନେତା, ପ୍ରଡ୍ୟୁସର୍ ଓ ନିର୍ଦ୍ଦେଶକ ରାହୁଲ୍ ରାୟଙ୍କ କଥା। ରାହୁଲ୍ଙ୍କ ପ୍ରଥମ ଫିଲ୍ମ ଆସିକି ତାଙ୍କୁ ରାତାରାତି ସୁପରଷ୍ଟାର୍ ‘ଆଶିକି ବୟ୍’ର ପରିଚୟ ଦେଇଥିଲା।
ଆଜି ରାହୁଲ ତାଙ୍କ ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ୯ ଫେବୃଆରୀ ୧୯୬୮ ମସିହାରେ ରାହୁଲ ଜନ୍ମ ନେଇଥିଲେ। ତେବେ ରାତାରାତି ସୁପରଷ୍ଟାର୍ ହୋଇ ପ୍ରଶଂସା ସାଉଁଟିଥିବା ଏହି ଅଭିନେତା ବଲିଉଡ୍ ଇଣ୍ଡଷ୍ଟ୍ରି ପାଇଁ ଆଜି ଅଜଣା। ତେବେ ଆସନ୍ତୁ ଜାଣିବା ରାହୁଲଙ୍କ ଜୀବନ ସହିତ ଜଡ଼ିତ କିଛି ଅଜଣା କଥା।
୨୨ ବର୍ଷ ବୟୟରେ ରାହୁଲ୍ ରାୟ ତାଙ୍କ ଅଭିନୟ ଜୀବନ ‘ଆଶିକି’ ଫିଲ୍ମରୁ ଆରମ୍ଭ କରିଥିଲେ। ଗୋଟିଏ ଫିଲ୍ମ ତାଙ୍କୁ ଏତେ ପପୁଲାର୍ କରିବ ବୋଲି ସେ କେବେ ଚିନ୍ତା କରି ନ ଥିଲେ। ଫିଲ୍ମକୁ ଆସିବା ପୂର୍ବରୁ ସେ ମଡେଲିଂ କରୁଥିଲେ।
ଆଶିକି ଫିଲ୍ମ ପରେ ରାହୁଲ ଅନ୍ୟ କୌଣସି ଫିଲ୍ମରେ ସଫଳତା ପାଇ ପାରି ନ ଥିଲେ। ରାହୁଲଙ୍କ ଜୀବନରେ ଏମିତି ସମୟ ଆସିଥିଲା, ତାଙ୍କୁ ଫିଲ୍ମ ନ ମିଳିବା କାରଣରୁ ସେ ‘ହର୍ ଷ୍ଟୋରୀ’ ନାମରେ ଏକ ‘ସି’ ଗ୍ରେଡ୍ ଫିଲ୍ମରେ ଅଭିନୟ କରିଥିଲେ। ଏଥିରେ ତାଙ୍କୁ ବୋଲ୍ଡ ସିନ୍ ଦେଉଥିବାର ଦେଖିବାକୁ ମିଳିଥିଲା।
ଫିଲ୍ମରେ ସଫଳତା ନ ମିଳିବା କାରଣରୁ ରାହୁଲ୍ ୨୦୦୬ରେ ରିୟଲିଟି ‘ଶୋ’ ବିଗ୍ବସ୍ରେ ଏଣ୍ଟ୍ରି କରିଥିଲେ ଏବଂ ବିଜେତା ହୋଇଥିଲେ।
ଫିଲ୍ମ ବ୍ୟତୀତ ରାହୁଲ୍ ରିଲେସନ୍ସିପ୍କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀ ମନିଷା କୋଇରାଲାଙ୍କ ସହିତ ତାଙ୍କର ଆଫେୟାର୍ ଥିବା ଚର୍ଚ୍ଚା ହୋଇଥିଲା। ଏପରିକି କୋ-ଷ୍ଟାର୍ ପୂଜା ଭଟ୍ଟଙ୍କ ସହିତ ମଧ୍ୟ ତାଙ୍କର ଆଫୟାର୍ ଥିବା ଶୁଣିବାକୁ ମିଳିଥିଲା।
କ୍ୟାରିୟର୍ ଅସଫଳ ହେବା ପରେ ରାହୁଲ୍ ରାଜନୀତି ପ୍ରବେଶ କରି ବିଜେପିରେ ମିଶିଥିଲେ। କିନ୍ତୁ ସକ୍ରିୟ ରହିପାରିଲେ ନାହିଁ। ୨୦୧୧ରେ ରାହୁଲ ନିଜର ଏକ ପ୍ରଡକ୍ସନ୍ ହାଉସ୍ ତିଆରି କରି ଏଲାନ୍ ନାମରେ ଏକ ଭୋଜପୁରୀ ଫିଲ୍ମ ତିଆରି କରିଥିଲେ। ଏହି ଫିଲ୍ମଟି ବିହାରରେ ରିଲିଜ୍ ହୋଇଥିଲା।
http://bit.ly/2Gh80tZ
from Odisha Reporter http://bit.ly/2UQK2cs
No comments:
Post a Comment