କଶ୍ମିରୀଙ୍କ ସୁରକ୍ଷା ପାଇଁ ତାଗିଦ କଲେ ସୁପ୍ରିମ୍‌କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 22, 2019

କଶ୍ମିରୀଙ୍କ ସୁରକ୍ଷା ପାଇଁ ତାଗିଦ କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ କଶ୍ମିରୀଙ୍କ ପ୍ରତି ଜନାକ୍ରୋଶ ବଢ଼ିବାକୁ ଲାଗିଥିବାବେଳେ କୌଣସି ଅଘଟଣକୁ ଆଶଙ୍କ କରି କେନ୍ଦ୍ର ସରକାର ଏବଂ ୧୧ଟି ରାଜ୍ୟକୁ ତାଗିଦ କରାଯାଇଛି। କଶ୍ମିରୀ ବିପଦରେ ଥିବାନେଇ ଅଭିଯୋଗ ଆଣି ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏକ ନୋଟିସ୍ ପଠାଇ ତାଗିଦ୍ କରିଛନ୍ତି।

ନୋଟିସ୍‌ ପଠାଯାଇଥିବା ୧୧ ରାଜ୍ୟଗୁଡ଼ିକ ହେଲେ ଜମ୍ମୁକଶ୍ମୀର. ମହାରାଷ୍ଟ୍ର, ପଞ୍ଜାବ, ଉତ୍ତରାଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହରିଆନା, ମେଘାଳୟ, ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀ ଓ ଏନ୍‌ସିଆର।

ସୁପ୍ରିମ୍‌କୋର୍ଟର ପ୍ରଧାନବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, “କଶ୍ମିରୀ ଏବଂ ଅନ୍ୟନ୍ୟ ସଂଖ୍ୟାଲଘୁଙ୍କୁ ଧମକ, ଆକ୍ରମଣ ଏବଂ ସାମାଜିକ ବାସନ୍ଦ ଆଦି ମାମଲାରେ ତ୍ୱରିତ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ଦିଲ୍ଲୀ ପୁଲିସ୍‌ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।”

ଏତଦ୍‌ବ୍ୟତୀତ ଗୃହମନ୍ତ୍ରଣାଳୟ ନୋଡାଲ ଅଧିକାରୀଙ୍କ ଯୋଗାଯୋଗ ନମ୍ବର ବ୍ୟାପକ ପରିମାଣରେ ପ୍ରଚାର କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଛି, ଯାହାଫଳରେ ଯେ କେହି ସମସ୍ୟାରେ ପଡ଼ିଲେ ତୁରନ୍ତ ସହାୟତା ପାଇଁ ସୂଚନା ଦେଇପାରିବେ।

ଆବେଦନକାରୀ କହିଛନ୍ତି, ବିଭିନ୍ନ ବିଶ୍ୱବିଦ୍ୟାଳୟମାନଙ୍କରେ କଶ୍ମିରୀ ଛାତ୍ରାମନଙ୍କ ଉପରେ ଆକ୍ରମଣ ହେବାପରେ ଆମେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲୁ। ଆସନ୍ତା ସପ୍ତାହରେ ଏହି ମାମଲାର ଶୁଣାଣି ହେବାକୁ ଥିବାବେଳେ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସ୍ୱାଗତ କରିଛନ୍ତି।



from Odisha Reporter https://ift.tt/2Emy70n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages