
ନୂଆପଡ଼ା (ମାୟାଧର ସରାଫ୍): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଜୁନାନି ଗାଁ ନିକଟ ଏନ୍ଏଚ୍ ୩୫୩ରେ ଏକ ମିନିଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ଅଭିକାନ୍ତ ନାୟକ। ଆହତଙ୍କ ମଧ୍ୟରେ କୃଷ୍ଣ ମାଝୀ, କୃଷ୍ଣ ସବର, ରେଙ୍ଗା ମାଝୀ ଅଛନ୍ତି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ବେଳେ ଗାଡିରେ ୨୫ ଜଣ ଦାଦନ ଶ୍ରମିକ ଥିଲେ। ଏମାନଙ୍କୁ କଣ୍ଟାବାଞ୍ଜିକୁ କାମ କରିବାକୁ ନିଆଯାଉଥିଲା।
ଉପରପିଟା ଗାଁରୁ କଣ୍ଟାବାଞ୍ଜିକୁ ଶ୍ରମିକମାନେ ମିନିଟ୍ରକ୍ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
from Odisha Reporter http://bit.ly/2TAooZx
No comments:
Post a Comment