ଭାଲେଣ୍ଟାଇନ୍‌ ଡେ’ରେ ଆସୁଛି ପୋଲାଣ୍ଡ୍‌ ପ୍ରେମିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 12, 2019

ଭାଲେଣ୍ଟାଇନ୍‌ ଡେ’ରେ ଆସୁଛି ପୋଲାଣ୍ଡ୍‌ ପ୍ରେମିକା

ଭୁବନେଶ୍ୱର (ଓଡ଼ିଶାରିପୋର୍ଟର): ସାତ ଦରିଆ ତେର ନଈ ପାରି ହୋଇ ଭାଲେଣ୍ଟାଇନ୍‌ ଡେ’ରେ ଓଡ଼ିଶା ଆସୁଛି ପୋଲାଣ୍ଡ୍ ପ୍ରେମିକା। ଖୋଜିବ ତା’ ଭାଲେଣ୍ଟାଇନ୍‌କୁ। ଆଉ ଜାବୁଡ଼ିଧରିବ ତା’ ଛାତିରେ। ଓଠ ଥରାଇ କହିବ “ମୁଁ ଥୁମାକୁ ବଲୋପାଏ….।”

ସତରେ ଏମିତି ହିଁ ହେବ। ପୋଲାଣ୍ଡ୍‌ ପ୍ରେମିକା ଫେରୁଛି। ସେ ଘୁରିବୁଲିବ ଭୁବନେଶ୍ୱରରୁ କଟକ, ଆଉ ଖୋଜିବ ତା’ ପ୍ରେମିକକୁ।

କିଛିଦିନ ପୂର୍ବରୁ ଫେସ୍‌ବୁକ୍‌ରେ ଭାଇରାଲ୍ ହୋଇଥିଲା ପୋଲାଣ୍ଡ୍ ପ୍ରେମିକାର ପ୍ରେମକାହାଣୀ ଆଉ ତା ଖନି ଖନି ମିଠା କଥା ଆନ୍ଦୋଳିତ କରିଥିଲା ସମସ୍ତଙ୍କୁ। ବିଜୁଳି ବେଗରେ ଚର୍ଚ୍ଚା ହୋଇଥିଲା ଆଉ ପାଲଟିଥିଲା ଖବର। ଆଜି ପୁଣିଥରେ ପୋଲାଣ୍ଡ୍ ପ୍ରେମିକାର ପ୍ରେମ କାହାଣୀ ସାମ୍ନାକୁ ଆସିଛି। ଜଣା ପଡ଼ିଛି, ଫେବୃୟାରୀ ୧୪ରେ କାଳେ ସେ ଆସୁଛି। ଏଥିପାଇଁ କେତେକ ଟ୍ରାଭେଲ୍‌ ଏଜେନ୍ସି କୁଆଡ଼େ କହିଛନ୍ତି ଆମେ ପୋଲାଣ୍ଡ୍ ପ୍ରେମିକାଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବୁ। ଆଉ ଅତିଥି ଦେବୋ ଭବର ଯଥାର୍ଥତାକୁ ପ୍ରତିପାଦନ କରିବୁ।

ପ୍ରକୃତରେ କଥାଟି ହେଲା ପୋଲାଣ୍ଡ୍ ପ୍ରେମିକାର ଭାଇରାଲ୍ ଭିଡିଓ ଏକ ମ୍ୟୁଜିକାଲ୍ ଶର୍ଟ ଫିଲ୍ମର ଝଲକ୍‌ ଟିଏ ମାତ୍ର। ତାହା ରିଲିଜ୍‌ ହେବାକୁ ଯାଉଛି ଭାଲେଣ୍ଟାଇନ୍‌ ଡେ’ରେ। ଫିଲ୍ମର ନାଁ ହେଉଛି ‘ସାୱରିୟା- ଲଭ୍‌ ଗୋଜ୍‌ ଭାଇରାଲ୍’। ଆଜି ଏ ସମସ୍ତ ସତ୍ୟକୁ ଉନ୍ମୋଚନ କରିଛନ୍ତି ଏ ମ୍ୟୁଜିକାଲ୍ ଶର୍ଟ ଫିଲ୍ମ୍‌ର ନାୟକ, ନିର୍ଦ୍ଦେଶକ, କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ-ସବୁଥିର କାରିଗର ଶ୍ରୀମାନ୍ ବିଦୁ।

ସେ କହିଛନ୍ତି, ପ୍ରକୃତରେ ଆମର ସେ ଛୋଟିଆ ପ୍ରୟାସ ଏତେମାତ୍ରାରେ ଯେ ସଫଳତା ଅର୍ଜନ କରିବ ତାହାହିଁ ସବୁଠାରୁ ବଡ଼ କଥା। ଯେଉଁ ବିଦେଶିନୀ ତରୁଣୀଙ୍କୁ ସମସ୍ତେ ଦେଖିଥିଲେ ସୋଶାଲ୍ ମିଡିଆରେ ତାଙ୍କ ନାଁ ହେଉଛି ଟେଟିଆନା କର୍କେଭେଚ୍ ଏବଂ ତାଙ୍କ ପ୍ରକୃତ ଘର ୟୁକ୍ରେନ୍।

ସିନେମାଟିର ଟାଇଟଲ୍ ସଙ୍ଗ୍‌ ଶୁଣିବାକୁ ମିଳିବ ଅସୀମା ପଣ୍ଡା ଏବଂ ସତ୍ୟଜିତ ପ୍ରଧାନଙ୍କ କଣ୍ଠରୁ। ତପୁ ନାୟକଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅସାଦ୍‌ ନିଜାମ୍। ଦୃଶ୍ୟଗ୍ରହଣ କରିଛନ୍ତି ସୁଦର୍ଶନ ସେନାପତି। ସେହିପରି ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଛନ୍ତି ଜଣାଶୁଣା ଅଭିନେତା କେ.କେ.। ଓଲିଫ୍ଲିକ୍ସ ନିବେଦିତ ଏହି ସିନେମାଟି ଏହାର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ଦେଖିବାକୁ ମିଳିବ ବୋଲି ବିଦୁ ପ୍ରକାଶ କରିଛନ୍ତି।



from Odisha Reporter http://bit.ly/2TKvr23

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages