୫ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

୫ ବିଚ୍ଛିନ୍ନତାବାଦୀ ନେତାଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର

mirwaiz

ଶ୍ରୀନଗର: ମୀରୱେଜ୍ ଉମର ଫାରୁକ୍‌ଙ୍କ ସମେତ ପାଞ୍ଚ ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଦିଆଯାଇଥିବା ସୁରକ୍ଷା ପ୍ରତ୍ୟାହାର କରି ନିଆଯାଇଛି। ଗୁରୁବାର ଦିନ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ସିଆର୍‌ପିଏଫ୍‌ ଯବାନ ସହିଦ ହେବା ପରେ ଜମ୍ମୁ ଓ କାଶ୍ମୀର ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

ମୀରୱେଜ୍‌ଙ୍କ ସହିତ ଅବଦୁଲ ଗନି ଭଟ, ବିଲାଲ ଲୋନ୍, ହାଶିମ୍ କ୍ୟୁରେଶି ଓ ଶବିର ଶାହଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନିଆଯାଇଛି। ତେବେ ଅନ୍ୟତମ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗୀଲାନିଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତ୍ୟାହାର କରିବା ନେଇ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ।

ଜମ୍ମୁ ଓ କାଶ୍ମୀର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁସାରେ, ଆଜି ସନ୍ଧ୍ୟା ସୁଦ୍ଧା ଏହି ସବୁ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ଓ ଗାଡ଼ିକୁ ପ୍ରତ୍ୟାହାର କରି ନିଆଯିବ। କୌଣସି ପରିସ୍ଥିତିରେ ଏହି ନେତା ବା ଅନ୍ୟ ଯେକୌଣସି ବିଚ୍ଛିନ୍ନତାବାଦୀ ନେତାଙ୍କୁ ସୁରକ୍ଷା ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ବିଚ୍ଛିନ୍ନତାବାଦୀ ନେତାଙ୍କୁ ଯଦି ଆଉ କିଛି ସରକାରୀ ସୁବିଧା ଦିଆଯାଇଛି, ସେ ସବୁ ମଧ୍ୟ ପ୍ରତ୍ୟାହାର କରି ନେବା ପାଇଁ କୁହାଯାଇଛି।

ଶୁକ୍ରବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗର ଗସ୍ତରେ ଆସିଥିବା ବେଳେ କହିଥିଲେ ଯେ ଯେଉଁମାନେ ପାକିସ୍ତାନ ଓ ଏହାର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇରୁ ପାଣ୍ଠି ପାଉଛନ୍ତି, ସେମାନଙ୍କୁ ଦିଆଯାଇଥିବା ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରାଯିବ।



from Odisha Reporter http://bit.ly/2NbkunB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages