
ନୂଆଦିଲ୍ଲୀ: ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ସପ୍ତାହେ ପୂରିନଥିବାବେଳେ ପାକିସ୍ତାନ ସହିତ ସଦ୍ୟ ବିଲିୟନ୍ ଡଲାର ମୂଲ୍ୟର ଚୁକ୍ତି କରିଥିବା ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ଙ୍କ ଭାରତ ଗସ୍ତକୁ ନେଇ ଟାର୍ଗେଟ୍ କରିଛି କଂଗ୍ରେସ। ସଲମାନ୍ଙ୍କ ଭାରତ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରୋଟୋକକଲ ଭାଙ୍ଗି ସ୍ମିତ ହାସ୍ୟ ସହିତ ହାତ ମିଳାଇବାକୁ ନାପସନ୍ଦ କରିଛି କଂଗ୍ରେସ।
କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୂର୍ଯ୍ୟେୱାଲା କହିଛନ୍ତି, “ପାକିସ୍ତାନ ସହିତ ୨୦ ବିଲିୟନ୍ ଡଲାର ମୂଲ୍ୟର ଚୁକ୍ତି କରିଥିବା ଏବଂ ପାକିସ୍ତାନ ଆତଙ୍କବାଦ ବିରୋଧରେ ପଦକ୍ଷେପ ନେଇଛି କହିଥିବା ବ୍ୟକ୍ତିଙ୍କୁ ସେ ପ୍ରୋଟୋକଲ୍ ଭାଙ୍ଗି ଭବ୍ୟ ସ୍ୱାଗତ କରିଛନ୍ତି। ସେ କ ’ଣ ଏପରି ଉପାୟରେ ସହିଦଙ୍କୁ ସ୍ମରଣ କରୁଛନ୍ତି?”
ରଣଦୀପ ପାକିସ୍ତାନ ଓ ସାଉଦି ଆରବର ମିଳିତ ବିବୃତିକୁ ଟ୍ୱିଟ୍ କରି କହିଛନ୍ତି, ଭାରତ ମାସୁଦ ଆଜାହରକୁ ଜାତିସଂଘ ଗ୍ଲୋବାଲ ଟେରରିଷ୍ଟ ଘୋଷଣା କରୁ ବୋଲି ଅନ୍ତର୍ଜାତୀୟ ଦେଶ ସମୂହଙ୍କ ନିକଟରେ ଦାବି କରୁଥିଲେ ହେଁ ଏହି ଦୁଇ ଦେଶ ଏକପ୍ରକାର ଏହି ଦାବିକୁ ଖଣ୍ଡନ କରିଛନ୍ତି।
ରଣଦୀପ ଆହୁରି ମଧ୍ୟ ଆହ୍ୱାନ କରିଛନ୍ତି ଏହି ବିବୃତିକୁ ପ୍ରତ୍ୟାହାର କରିବା ପାଇଁ ସାଉଦିକୁ କହିବାକୁ ମୋଦିଙ୍କର ସାହସ ଅଛି ତ?
ବୁଧବାର ସଲମାନ ଏବଂ ମୋଦିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାର ଅଛି। ଏହି ଅବସରରେ ଭାରତ ଆତଙ୍କବାଦ ପ୍ରସଙ୍ଗ ମଧ୍ୟ ଉଠାଇବାର ଅଛି। ସାଉଦିରୁ ଭାରତକୁ ସବୁଠାରୁ ଅଧିକ ପରିମାଣର ତୈଳ ଆମଦାନୀ ହୋଇଥାଏ। ଦୁଇ ଦେଶ ମଧ୍ୟରେ ସମ୍ପର୍କ କେବଳ ତୈଳ ସମ୍ପର୍କିତ ନୁହେଁ ବର୍ତ୍ତମାନ ଦୁଇ ଦେଶ କୂଟନୀତିକ ସହଭାଗୀତା ପାଇଁ ରାଜି ହୋଇଥିବା ବାବଦରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
from Odisha Reporter https://ift.tt/2EjkbEm
No comments:
Post a Comment