
ଚେନ୍ନାଇ(ଓଡ଼ିଶା ରିପୋର୍ଟର): ଝଗଡ଼ାରୁ ବଚସା ଆଉ ତା ପରେ ବେକ କାଟିଦେଲେ ପ୍ରମିକ। କି ଅଦ୍ଭୁତ୍ ଘଟଣା ବୁଝିପାରିଲେ ଟି । ଆଉ ଘଟଣାର ମୂଳ କଥା ଶୁଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହେବେ। କଥାଟା ହେଉଛି ବିରିଆନିରେ ଚିକେନ୍ ନ ଥିଲା। ବାସ୍ କାହିଁକି ବିରିୟାନୀରେ ଚିକେନ୍ ନାହିଁ ବୋଲି ଆରମ୍ଭ ହୋଇଥିଲା ଝଗଡ଼ା ଆଉ ଶେଷରେ ବେକ କାଟି ଏହି ଝଗଡ଼ାରେ ପୂର୍ଣ୍ଣଛେଦ ପକାଇଥିଲେ ପ୍ରେମିକ।
ଚେନ୍ନାଇରେ ଘଟିଛି ଏକ ଅଭାବନୀୟ ଘଟଣା। Indiatimes ଦେଇଥିବା ଖବର ମୁତାବକ ଦୁହେଁ କୋୟେମ୍ବଟୁର୍ ହୋଲ୍ସେଲ୍ ଫ୍ଲାୱାର ମାର୍କେଟ୍ରେ ବୁଲୁବୁଲୁ ହଠାତ୍ ବିରିୟାନୀ ଖାଇବାକୁ ମନ କଲେ। ଏହାପରେ ସେମାନେ ପାଖରେ ଥିବା ଏକ ଦୋକାନରୁ ଚିକେନ୍ ବିରିୟାନୀ କିଣିଲେ ଓ ବିରିୟାନୀର ମଜା ନେବାକୁ ବସିଗଲେ। ହେଲେ ଝିଅ ଦେଖିଲା ଯେ ବିରିୟାନୀରେ ଚିକେନ୍ ପିସ୍ ନ ଥିଲା। ଫଳରେ ଝିଅଟି ରାଗିଯାଇଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। କଥା ଏତେ ବଢ଼ିଗଲା ଯେ, ଯୁବକ ଜଣକ ରାଗିଯାଇ ଛୁରୀରେ ଯୁବତୀଙ୍କ ବେକ କାଟିଦେଲେ। ଯୁବତୀ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହେଲା।
ଗତ ସୋମବାର ଏହି ଘଟଣା ଘଟିବା ପରେ ଯୁବକ ଜଣକ ଫେରାର୍ ହୋଇଯାଇଥିବା ପୁଲିସ୍ କହିଛି।
from Odisha Reporter https://ift.tt/2tyuHBs
No comments:
Post a Comment