ଅଭିଜିତଙ୍କ ଭଳି ଦେବାଶିଷ ଗିରଫ ହେବା ଉଚିତ: ଡା.ରାଉତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଅଭିଜିତଙ୍କ ଭଳି ଦେବାଶିଷ ଗିରଫ ହେବା ଉଚିତ: ଡା.ରାଉତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶପାଇଁ ସହିଦ୍‌ ହୋଇଥିଲେ ଯବାନ ମନୋଜ କୁମାର ବେହେରା। ମନୋଜଙ୍କ ଶେଷକୃତ୍ୟ ସମୟରେ ତାଙ୍କ ସମ୍ପର୍କୀୟ ଦାଦାଙ୍କୁ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବାର ଭିଡିଓ ଭାରତର ଚିର ଶତ୍ରୁ ପାକିସ୍ତାନୀ ମିଡିଆରେ ଭାଇରାଲ୍‌ ହୋଇଛି। ଏହା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେଡିର ପୂର୍ବତନ ବିଧାୟକ ଡାକ୍ତର ଦାମୋଦର ରାଉତ ଆଜି ଦେବାଶିଷଙ୍କୁ କଟୁ ସମାଲୋଚନା କରିଛନ୍ତି।

ଡାକ୍ତର ରାଉତ କହିଛନ୍ତି-“ଓଡ଼ିଶା ବିରୋଧୀ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା ସତ୍ତ୍ୱେ ସାମ୍ୱାଦିକ ଅଭିଜିତ ଆୟର ମିତ୍ର ଜେଲ୍‌ ଯାଇଥିଲେ। ସେ ଦୃଷ୍ଟିରୁ ଦେଖିଲେ ଦେବାଶିଷ ଦେଶ ବାହାରେ ଓଡ଼ିଶାକୁ ନିନ୍ଦିତ କରିଛନ୍ତି। ତେଣୁ ତାଙ୍କୁ ତୁରନ୍ତ ଗିରଫ କରାଯାଉ। ଏକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚୁପ୍‌ କାହିଁକି? ସେ କଣ ପାଇଁ ଏଯାଏ ପଦକ୍ଷେପ ନେଇନାହାନ୍ତି? କଣ ଦୁଇ ଜଣଙ୍କ ଭିତରେ କିଛି ଭିତିରି ସଂପର୍କ ରହିଛି କି? ସେକଥା ନବୀନ ପଟ୍ଟନାୟକ ସର୍ବସାଧାରଣରେ ପ୍ରକାଶ କରନ୍ତୁ।”

ପାକିସ୍ତାନୀ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଆଜି ଏ ପ୍ରସଙ୍ଗରେ ପୁଣି ସଫେଇ ଦେଇଛନ୍ତି ଦେବାଶିଷ ସାମନ୍ତରାୟ। ସେ କ୍ଷମା ମାଗିବା ସହ କେନ୍ଦ୍ର ମନ୍ତ୍ରୀ ଜୁଏଲଙ୍କ ଓରାମଙ୍କ ନାଁ ନେଇଛନ୍ତି। ଦେବାଶିଷ କହିଛନ୍ତି-“ସହିଦଙ୍କ ସମ୍ପର୍କୀୟ କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କୁ ଧକ୍କା ମାରି ଭିଡ଼ ଭିତରକୁ ଚାଲି ଆସିବାରୁ ମୁଁ ତାଙ୍କ ହାତ ଧରି ବସାଇ ଦେଇଥିଲି। ଏଥିପାଇଁ କାହାକୁ ଆଘାତ ଲାଗିଥିଲେ ମୁଁ କ୍ଷମା ମାଗୁଛି। କିନ୍ତୁ ଏହି ଘଟଣାକୁ ନେଇ ରାଜନୀତି ନକରିବାକୁ ନିବେଦନ କରୁଛି।”

ଅନ୍ୟପକ୍ଷରେ ଜୁଏଲ୍ ଅସୁସ୍ଥ ଥିବାରୁ ପ୍ରକୃତରେ ସତ କଣ, ସେ ନେଇ ତାଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter https://ift.tt/2SOFfvw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages