ଜାତକରେ କାଳସର୍ପ ଦୋଷ କାଟିଥାଏ ମୟୂର ପୁଚ୍ଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

ଜାତକରେ କାଳସର୍ପ ଦୋଷ କାଟିଥାଏ ମୟୂର ପୁଚ୍ଛ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶାସ୍ତ୍ରରେ ମୟୂର ପୁଚ୍ଛକୁ ଏକ ଆଧ୍ୟାତ୍ମିକ ଓ ପବିତ୍ର ଜିନିଷ ବୋଲି କୁହାଯାଇଛି। ହିନ୍ଦୁଙ୍କର ପବିତ୍ର ଧର୍ମଗ୍ରନ୍ଥରେ ମୟୂର ପରର ଉଲ୍ଲେଖ ରହିଛି। କେବଳ ଘର ସଜାଇବା ପାଇଁ ମୟୂର ପରକୁ ବ୍ୟବହାର କରାଯାଇ ନ ଥାଏ। ଏହା ବ୍ୟତୀତ ଜୀବନରେ ଆସୁଥିବା ସମସ୍ୟାକୁ ରକ୍ଷା ପାଇବା ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ।

ପରିବାର ସହିତ ସମ୍ୱନ୍ଧ ଖରାପ ହେଲେ କିମ୍ୱା ଆପଣଙ୍କ ପିଲା ପାଠ ନ ପଢୁଥିଲେ, ମୟୂର ପରରେ ସମସ୍ତ ସମସ୍ୟାର ସମାଧାନ ରହିଛି। ଆସନ୍ତୁ ଜାଣିବା ମୟୂର ପର କିପରି ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ।

ମୟୂର ପରରେ ନବଗ୍ରହ ବାସ କରିଥାନ୍ତି
ମୟୂର ପରରେ ନବଗ୍ରହ ବା ନଅଟି ଦେବତା ବାସ କରନ୍ତି ବୋଲି ଜ୍ୟୋତିଷ ବାସ୍ତ୍ରରେ ମତ ରହିଛି। ଯେଉଁ ବ୍ୟକ୍ତିଙ୍କର କୁଣ୍ଡଳୀରେ ରାହୁର ଦଶା ଠିକ୍‌ ନାହିଁ, ସେମାନେ ରାତିରେ ତକିଆ ତଳେ ମୟୂର ପର ରଖି ଶୁଅନ୍ତୁ। ଏହା ଦ୍ୱାରା ଆପଣ ନକାରାତ୍ମକ ଶକ୍ତିଠାରୁ ଦୂରେଇ ରହିଥାନ୍ତି ଏବଂ ନବଗ୍ରହଙ୍କ ଶକ୍ତି ଯୋଗୁ ଆପଣଙ୍କ କୁଣ୍ଡଳୀରେ ରାହୁଙ୍କର ଦଶା ବି କଟି ଯାଇଥାଏ।କାମ ସମ୍ପୂର୍ଣ୍ଣ ହୋଇଥାଏ
ଅନେକ ସମୟରେ ଆପଣଙ୍କ କୁଣ୍ଡଳୀରେ ଗ୍ରହ ଏବଂ ନକ୍ଷତ୍ରଙ୍କ ମଧ୍ୟରେ ଉତ୍ଥାନ ପତନ ଲାଗି ରହିବା ଯୋଗୁ ଠିକ୍‌ ସମୟରେ ଆପଣଙ୍କ କାମ ହୋଇପାରେ ନାହିଁ। ଏଥିପାଇଁ ମୟୂର ପରକୁ ଶୋଇବା ଘରର ପୂର୍ବ କିମ୍ୱା ଉତ୍ତର-ପୂର୍ବ ଦିଗରେ ରଖନ୍ତୁ। ଏପରି କଲେ ଆପଣଙ୍କ ଅଟକି ରହିଥିବା କାମ ଠିକ୍‌ ସମୟରେ ସମ୍ପୂର୍ଣ୍ଣ ହୋଇଥାଏ।
ଏକାଗ୍ରତା ବଢ଼ିଥାଏ
ଅଧିକାଂଶ ସମୟରେ ଛାତ୍ରଙ୍କୁ ମୟୂର ପର ରଖିବାକୁ କୁହାଯାଇଥାଏ। ଅନେକ ଏହାକୁ ବିଶ୍ୱାସ କରୁ ନ ଥିଲେ ମଧ୍ୟ ବାସ୍ତବରେ ବହୁ ମୟୂର ପର ରଖିଲେ, ପିଲାଙ୍କର ଏକାଗ୍ରତା ବଢ଼ିଥାଏ।ବାସ୍ତୁ ଦୋଷ ଦୂର ହୋଇଥାଏ
ଯଦି ଆପଣଙ୍କ ଘରେ ବାସ୍ତୁ ଦୋଷ ରହିଛି, ତେବେ ଘରର ମୁଖ୍ୟ ଦ୍ୱାରରେ ଭଗବାନ ଗଣେଶଙ୍କ ମୂର୍ତ୍ତି ଓ ମୟୂର ପର ରଖନ୍ତୁ। ଏହା କେବଳ ଆପଣଙ୍କ ଘରର ବାସ୍ତୁ ଦୋଷ ଦୂର କରି ନ ଥାଏ, ଏହା ସହିତ ଘରକୁ ନକାରାତ୍ମକ ଶକ୍ତିଠାରୁ ଦୂରରେ ରଖିଥାଏ।
କାଳସର୍ପ ଦୋଷ ଦୂର ହୁଏ
ଯଦି ଆପଣଙ୍କ କୁଣ୍ଡଳୀରେ କାଳସର୍ପ ଦୋଷ ରହିଛି। ତେବେ ସୋମବାର ଦିନ ରାତିରେ ତକିଆରେ ସାତଟି ମୟୂର ପର ରଖି ଶୁଅନ୍ତୁ ଏବଂ ଶୋଇବା ଘରର ପଶ୍ଚିମ ଦିଗରେ ଥିବା କାନ୍ଥରେ ଏଗାରଟି ମୟୂର ପର ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀରୁ ରାହୁ ଓ କେତୁଙ୍କର ଅଶୁଭ ପ୍ରଭାବ ଶେଷ ହୋଇଥାଏ।

 

https://ift.tt/2tEwyol



from Odisha Reporter https://ift.tt/2GY5kBb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages