
ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି କ୍ରମରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ମଧ୍ୟ ଆତଙ୍କବାଦୀ ଓ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଉପରେ ନିଜର କ୍ରୋଧ ପ୍ରଦର୍ଶନ କରିଛନ୍ତି।
ପୂର୍ବରୁ ଭାରତୀୟ ସେନା ସପକ୍ଷରେ ସର୍ବଦା ମତ ଦେଉଥିବା ଗମ୍ଭୀର ଏବେ ପାକିସ୍ତାନ ସହ ସିଧାସଳଖ ଯୁଦ୍ଧ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, “ ଏବେ ସମୟ ଆସିଯାଇଛି ବିଚ୍ଛିନ୍ନତାବାଦୀଙ୍କ ସହ ଆଲୋଚନା କରିବା।
ହଁ ଏବେ ସମୟ ପାକିସ୍ତାନ ସହ ମଧ୍ୟ ଆଲୋଚନା କରିବାକୁ କହୁଛି। ହେଲେ ଏହା ଟେବୁଲ ଉପରେ ନୁହେଁ ବରଂ ଯୁଦ୍ଧ ପଡ଼ିଆରେ ହେବା ଦରକାର। ବହୁତ ହୋଇଗଲା। ଏବେ ଆଉ ନୁହେଁ।”
ଗମ୍ଭୀର କିଛି ଦିନ ତଳେ କହିଥିଲେ, ଯଦି ସେ କ୍ରିକେଟର ନ ହୋଇଥାଆନ୍ତେ, ତା’ହେଲେ ଭାରତୀୟ ସେନାରେ ଯୋଗଦେଇଥାଆନ୍ତେ।
from Odisha Reporter http://bit.ly/2N5Nmxu
No comments:
Post a Comment