
ରାଉରକେଲା(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନସ୍ଥାନ ପରି ଏବେ ସ୍ମାର୍ଟସିଟି ରାଉରକେଲାରେ ଆରମ୍ଭ ହୋଇଛି ‘ବ୍ରାହ୍ମଣୀ ସ୍ରୋତସ୍ୱିନୀ ମହୋତ୍ସବ’। ଏହି ଉତ୍ସବ ରାଉରକେଲା ସହରରେ ପ୍ରଥମ ଧର ପାଇଁ ଆରମ୍ଭ ହୋଇଛି। ଯାହାକୁ ନେଇ ଜନସାଧାରଣଙ୍କଠାରୁ ଆରମ୍ଭ କରି ନେତା, ଅଫିସର ସମସ୍ତେ ବହୁତ ଖୁସି। ଦୀର୍ଘ ବର୍ଷର ଅପେକ୍ଷା ପରେ ପ୍ରଥମ ଥର ଆରମ୍ଭ ହୋଇଛି ଏହି ଉତ୍ସବ।
ରାଜ୍ୟ ପର୍ଯ୍ୟଟନ ବିଭାଗ ସହାୟତାରେ ରାଉରକେଲା ମହାନଗର ନିଗମ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସହରର ବୀର ବିର୍ସା ମୁଣ୍ଡା ଷ୍ଟାଡିୟମକୁ ଏଥିପାଇଁ ପ୍ରସ୍ତୁତ କରାଯାଇଛି। ଫେବ୍ରୁୟାରୀ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବ। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ପ୍ରତିଦିନ ସଂନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ନୃତ୍ୟ ଗୀତ ପରିବେଷଣ। ଏହା ଛଡା ଫୁଡ୍ ଷ୍ଟଲରେ ବିଭିନ୍ନ ଖାଦ୍ୟ ପସରା ମଧ୍ୟ ମେଲିଛି।
ଅନ୍ୟପଟେ ସୁନ୍ଦଗରଡ଼ ଜିଲ୍ଳା ହେଉଛି ଆଦିବାସୀ ବହୁଳ ଜିଲ୍ଲା। ତେଣୁ ଆଦିବାସୀ ଜୀବନ ଶୈଳୀର ପ୍ରଦର୍ଶନୀ ମଧ୍ୟ ପ୍ରଦର୍ଶିତ ହେଉଛି। ଯାହାକୁ ଦେଖିବା ପାଇଁ ଭିଡ ଜମୁଛି।
ଛୋଟ ଛୋଟ ପିଲାଙ୍କ ପାଇଁ ଫନ ଜୋନ ରହିଛି। ପିଲାମାନେ ବୋଟିଂ, ଜମ୍ପିଙ୍ଗର ମଜା ନେଉଛନ୍ତି।
ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ପ୍ରତିଦିନ ସଂନ୍ଧ୍ୟାରେ ହେଉଥିବା ନୃତ୍ୟ ଗୀତର ଆସର।
ଉତ୍ସବର ୨ୟ ଦିନ ସଂନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଥିଲେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ। ଡ୍ୟାନ୍ସି ଷ୍ଟାର ହରିହର, ଗାୟକ ଋତୁରାଜ ମହାନ୍ତି, ପ୍ରସିଦ୍ଧ ସମ୍ବଲପୁରୀ ଲହରୀ ଡ୍ୟାନ୍ସ ଗ୍ରୁପ,କୋଲକାତାର ନୁପୁର ଡ୍ୟାନ୍ସ ଗ୍ରୁପ ଏମିତି ଅନେକ। ବହୁ କଳାକାର ପ୍ରଥମ ଥର ପାଇଁ ରାଉରକେଲା ସହରରେ ନିଜର କଳାର ପରିବେଷଣ କରିଥିଲେ।
from Odisha Reporter http://bit.ly/2HPBOzL
No comments:
Post a Comment