
ନୂଆଦିଲ୍ଲୀ: ପଞ୍ଜାବର ପାକିସ୍ତାନ ସୀମାବର୍ତ୍ତୀ ଫିରୋଜପୁରଠାରେ ଜଣେ ପାକିସ୍ତାନୀ ଗୁପ୍ତଚରକୁ ଗିରଫ କରିଛି ସୀମା ସୁରକ୍ଷା ବଳ (ବିଏସ୍ଏଫ୍)। ସେ ମାବ୍ବୋ ଆଉଟ୍ ପୋଷ୍ଟଠାରେ ଗୁଇନ୍ଦାଗିରି କରୁଥିବା ସନ୍ଦେହରେ ଗିରଫ କରାଯାଇଛି।
ପାକିସ୍ତାନର ମୋରାଦବାଦ୍ରୁ ଆସିଥିବା ଏହି ୨୧ ବର୍ଷର ଗୁପ୍ତଚରର ନାମ ମହମ୍ମଦ ଶାହରୁଖ ବୋଲି ଜଣାପଡ଼ିଛି। ବିଏସ୍ଏଫ୍ ତା’ଠାରୁ ଏକ ପାକିସ୍ତାନୀ ନମ୍ବର ଥିବା ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି।
ତା’ ମୋବାଇଲ ଛାନ୍ଭିନ୍ କରିବା ପରେ ଜଣାପଡ଼ିଛି, ସେହି ନମ୍ବରଟି ପାକିସ୍ତାନର ବିଭିନ୍ନ ସନ୍ଦେହଜନକ ହ୍ୱାଟ୍ସଆପ୍ ଗ୍ରୁପ୍ରେ ମଧ୍ୟ ଅଛି।
ସେ ଏକ ବେଡ୍ସିଟ୍ ଘୋଡ଼ି ହୋଇ ଆସିଥିଲା ଏବଂ ସେହି ଅବସ୍ଥାରେ ହିଁ ପୋଷ୍ଟ ନିକଟରେ ଛିଡ଼ା ହୋଇ ଫଟୋ ଉଠାଉଥିବାବେଳେ ଗିରଫ କରାଯାଇଛି।
from Odisha Reporter https://ift.tt/2VrL92v
No comments:
Post a Comment