
ନୂଆଦିଲ୍ଲୀ: ଏରୋଇଣ୍ଡିଆ ଶୋ’ରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧବିମାନରେ ଆଜି ଉଡ଼ାଣ ଭରିଥିଲେ ଜଣେ ସ୍ୱତନ୍ତ୍ର ବିମାନ ଯାତ୍ରୀ । ବେଙ୍ଗାଲୁରୁଠାରେ ଆୟୋଜିତ ଏରୋଶୋ’ରେ ଦୁଇଟି ଆସନ ବିଶିଷ୍ଟ ଏହି ଯୁଦ୍ଧବିମାନର ପାଇଲଟ୍ ପଛ ସିଟରେ ବସି ଉଡ଼ାଣ ଭରିଥିଲେ ସେନାଧ୍ୟକ୍ଷ ଜେନେରାଲ ବିପିନ୍ ରାୱତ୍ । ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନ ଉପରେ କିଛି ସମୟ ଚକ୍କର କାଟିବା ପରେ ଏହା ଅବତରଣ କରିଥିଲା ।
ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏବଂ ସବୁଠାରୁ ହାଲୁକା ସୁପରସୋନିକ୍ ଜେଟ୍ ଭାବରେ ପରିଚିତ ଏହି ଯୁଦ୍ଧବିମାନରେ ଜେନେରାଲ ରାୱତ୍ ପ୍ରଥମ ଥର ପାଇଁ ଉଡ଼ାଣ ଭରିଥିଲେ । ଆଜି ସରକାରଙ୍କ ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଆଡଭାଇଜର ମଧ୍ୟ ଏଥିରେ ଉଡ଼ାଣ ଭରିବେ ।
ଯଦିଓ ଏହାର ରେଞ୍ଜ ବହୁତ କମ୍, ଅନ୍ୟ ଯୁଦ୍ଧ ବିମାନ ଭଳି ଏହା ଆଧୁନିକ ଯୁଦ୍ଧାସ୍ତ୍ର ବୋହିପାରିବ । ପ୍ରତିରକ୍ଷା ନିବେଶକ, ସରକାରୀ ଅଧିକାରୀ ଏବଂ ସେନା ଅଧିକାରୀମାନେ ମଧ୍ୟ ଏହି ଅବସରରେ ଉଡ଼ାଣ ଭରିବା ପାଇଁ ଅପେକ୍ଷାରତ ଅଛନ୍ତି ।
from Odisha Reporter https://ift.tt/2GS3IJ0
No comments:
Post a Comment