ଆଜିଠୁ ମ୍ୟାଟ୍ରିକ ପରୀକ୍ଷା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 21, 2019

ଆଜିଠୁ ମ୍ୟାଟ୍ରିକ ପରୀକ୍ଷା

EXAM

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ କିଛି ସମୟ ପରେ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଚଳିତ ଥର ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ୫ ଲକ୍ଷ ୮୭ ହଜାର ଛାତ୍ରଛାତ୍ରୀ ଦେବେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରାଜ୍ୟର ସମସ୍ତ ୩୦୪ ନୋଡାଲ ସେଣ୍ଟରରେ ବୁଧବାର ସନ୍ଧ୍ୟାରୁ ପ୍ରଶ୍ନପତ୍ର ପହଞ୍ଚି ସାରିଛି। ଆଜି ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପଠାଯାଉଛି। ପରୀକ୍ଷାରେ ଅସାଧୁ କାରବାର ରୋକିବାକୁ ଏଥର ୫୮ଟି ଫ୍ଲାଇଂ ସ୍କ୍ୱାଡ୍, ୪୪ଟି ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରାଯାଇଛି।

ସେହିପରି ପ୍ରତି ଜୋନରେ ଗୋଟିଏ ଲେଖାଏ ସ୍କ୍ୱାଡ୍ ବୁଲିବା ସହ ଜିଲ୍ଲାପାଳମାନେ ନିଜେ ସ୍କ୍ୱାଡ୍ ଗଠନ କରି ସେଣ୍ଟର ଯାଞ୍ଚ୍ ଲାଗି କ୍ଷମତା ଦିଆଯାଇଛି। ଆଜି ସକାଳ ୮ ଟା ୩୦ ଭିତରେ ପ୍ରଶ୍ନପତ୍ର ସମସ୍ତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ। ସକାଳ ୯ଟାରୁ ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀଙ୍କୁ ପ୍ରବେଶ ଅନୁମତି ମିଳିବ। ଅନ୍ୟଦିନ ୯ଟା ୧୫ରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ ଛାତ୍ରଛାତ୍ରୀ। ୯ଟା ୩୦ରେ OMR ସିଟ୍ ଓ ୯ଟା ୪୫ରେ ପ୍ରଶ୍ନପତ୍ର ଦିଆଯିବ। ପରୀକ୍ଷା ୧୦ଟାରୁ ଆରମ୍ଭ ହୋଇ ସାଢେ ୧୨ଟାରେ ଶେଷ ହେବ।

ଗଣିତ ବିଷୟ ପାଇଁ ପିଲାଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ। ଚଳିତବର୍ଷ ସବଜେକ୍ଟିଭ୍ ପାଇଁ ୪ଟି ଓ ଅବଜେକ୍ଟିଭ୍ ପାଇଁ ୪ଟି ଲେଖାଏ ସମାନ୍ତରାଳ ସେଟ୍ ପ୍ରଶ୍ନପତ୍ର କରାଯାଇଛି। ପରୀକ୍ଷାର୍ଥୀଙ୍କୁ ଉଭୟ ସବଜେକଟିଭ୍ ଓ ଅବଜେକ୍ଟିଭ୍‌ରେ ପାସ୍ ଲାଗି ଅତିକମ୍‌ରେ ୧୫ ମାର୍କ ଲେଖାଏ ରଖିବାକୁ ପଡ଼ିବ।



from Odisha Reporter https://ift.tt/2BLnYbS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages