ଧୋନିଙ୍କ ବିଷୟରେ ବ୍ୟାଟସ୍‌ମ୍ୟାନଙ୍କୁ ଏଭଳି ପରାମର୍ଶ ଦେଲା ଆଇସିସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 4, 2019

ଧୋନିଙ୍କ ବିଷୟରେ ବ୍ୟାଟସ୍‌ମ୍ୟାନଙ୍କୁ ଏଭଳି ପରାମର୍ଶ ଦେଲା ଆଇସିସି

ଦୁବାଇ: ସର୍ବଦା ୱିକେଟ୍‌ ପଛରେ କମାଲ କରୁଥିବା ଟିମ୍‌ ଇଣ୍ଡିଆର ଥିଙ୍କ ଟ୍ୟାଙ୍କ ତଥା ପୂର୍ବତନ କ୍ୟାପ୍ଟେନ୍‌ କୁଲ ମହେନ୍ଦ୍ର ସିଂହ ଧୋନିଙ୍କ ଦକ୍ଷତା ଦେଖି ଏବେ ଆଇସିସି ମଧ୍ୟ ଜଳକା ହୋଇଛି। ଧୋନି କେବଳ ଜଣେ ଶ୍ରେଷ୍ଠ ଫିନିଶର ନୁହନ୍ତି ବରଂ ୱିକେଟ୍‌ ପଛରେ ସେ ବ୍ୟାଟସମ୍ୟାନଙ୍କୁ ଆଉଟ୍‌ କରିବାର ଅଦ୍ଭୁତ ଦକ୍ଷତା ମଧ୍ୟ ରଖିଥିବା ଅନେକ ଥର ପ୍ରମାଣ ଦେଖାଇଛନ୍ତି।

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୫ମ ମ୍ୟାଚ୍‌ରେ ଧୋନି ନିଜର ଉପସ୍ଥିତି ବୁଦ୍ଧି ବଦଳରେ ଜିମି ନୀଶମଙ୍କୁ ଆଉଟ୍‌ କରିବା ପରେ ସାରା ବିଶ୍ୱ ତାଙ୍କ ଯାଦୁଗରୀ ୱିକେଟ୍‌ କିପିଂର ଦିୱାନା ହୋଇଯାଇଛି। ଏହିକ୍ରମରେ ଆଇସିସି ମଧ୍ୟ ଧୋନିଙ୍କ ପାଇଁ ଏବେ ବ୍ୟାଟସମ୍ୟାନଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛି। ଏଭଳି ପରାମର୍ଶ ଦେବା ଛଳରେ ଆଇସିସି ମଧ୍ୟ ଧୋନିଙ୍କୁ ପ୍ରଶଂସା କରିଛି।

ଆଇସିସି କହିଛି ଯେ ଧୋନି ୱିକେଟ୍‌ ପଛରେ ଥିବା ପର୍ଯ୍ୟନ୍ତ ଆପଣ କେବେ ହେଲେ ନିଜ କ୍ରିଜ୍‌ ଛାଡ଼ନ୍ତୁ ନାହିଁ।

ଆଇସିସିର ଏଭଳି ଟ୍ୱିଟ୍‌ ପରେ କ୍ରିକେଟ୍‌ ପ୍ରେମୀମାନେ ଖୁସି ହୋଇଛନ୍ତି। ସେମାନେ ଆଇସିସିର ଏଭଳି ଟ୍ୱିଟକୁ ପ୍ରଶଂସା କରି ଶେୟାର କରିବାରେ ଲାଗିଛନ୍ତି।

ଦେଖନ୍ତୁ ଗତକାଲିର ଭିଡିଓ



from Odisha Reporter http://bit.ly/2t5BzGj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages