କଥା ଦିଅନ୍ତୁ, ଆଜି ଯାହା କହିବେ ସାରା ଜୀବନ ସେମିତି ହେବାକୁ ଚେଷ୍ଟା କରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 10, 2019

କଥା ଦିଅନ୍ତୁ, ଆଜି ଯାହା କହିବେ ସାରା ଜୀବନ ସେମିତି ହେବାକୁ ଚେଷ୍ଟା କରିବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏବେ ଚାଲିଛି ପ୍ରେମର ପର୍ବ। ନିଜ ଦିନକୁ ସ୍ପେଶାଲ୍‌ କରିବାରେ ଲାଗି ପଡ଼ିଛନ୍ତି ଲଭ୍‌ବର୍ଡ। ପ୍ରେମ ପର୍ବର ଆରମ୍ଭ ଦିନରେ ଦେଇଥିଲେ ରେଡ୍‌ ରୋଜ୍ । ତାପର ଦିନ କହିଥିଲେ ମନର କଥା। ଲାଜେଇ ଭ୍ୟାଲେଣ୍ଟାଇନ୍‌ ହାତରେ ଧରେଇଥିଲେ ପ୍ରେମର ଚକଲେଟ୍‌ ଆଉ ଟେଡି। ଏତେ ସବୁ ଦେଲା ପରେ ବି ପ୍ରେମ ପାଇଁ କିଛି ଗୋଟେ ରହି ଯାଇଥିଲା ମିସିଂ, ମିସିଂ। ଲାଗୁଥିଲା ଖାଁ ଖାଁ। ଟିକେ ଟିକେ ଭୟ ବି। ଆଉ ସେଇ ଭୟ ଟିକକ ଛଡ଼େଇ ଦେବାରୁ ପାରୁଛନ୍ତି ଯଦି ତାଙ୍କୁ ଆଜି ପ୍ରତିଶ୍ରୁତି ଦିଅନ୍ତୁ। ଜୀବନ ସିନା ୨ ଦିନର, ପ୍ରେମ କିନ୍ତୁ କାଳକାଳକୁ। ଏ କଥା ମନେ ରଖି ଏମିତି କିଛି ପ୍ରତିଶ୍ରୁତି ଦିଅନ୍ତୁ ଯାହା ଦୁହିଁଙ୍କ ମୁହଁରେ ହସ ଫୁଟେଇବ।

ବାସ୍ତବିକ୍‌ ପ୍ରେମରେ ପ୍ରତିଶ୍ରୁତିଟେ ନିହାତି ଜରୁରୀ।

କ’ଣ କହୁଛନ୍ତି, ହଁ ନା ନାଇଁ କହିଲେ ?

ଆଜି ହେଉଛି ଫେବ୍ରୁୟାରୀ ୧୧, ପ୍ରମିଜ୍‌ ଡେ। ଏହି ଦିନରେ ପ୍ରେମୀଯୁଗଳ ପରସ୍ପରକୁ କିଛି ନା କିଛି ପ୍ରତିଶ୍ରୁତି ଦିଆନିଆ ହୁଅନ୍ତି। କାରଣ ଏହି ପ୍ରତିଶ୍ରୁତି ଟିକକ ହିଁ ପ୍ରେମର ବାସ୍ତବକିତା। ଏଇ ଟିକକ କଥାରେ ମଜବୁତ୍‌ ହୋଇଥାଏ ଭଲ ପାଇବା। ମିଳିଯାଏ ବଞ୍ଚିବାର ଆନନ୍ଦପୂର୍ଣ୍ଣ ରାସ୍ତାଟିଏ। ତେବେ ଆଉ ଡେରି ନକରି ନିଜ ଭ୍ୟାଲେଣ୍ଟାଇନ୍‌ଙ୍କୁ ପ୍ରମିଜି କରନ୍ତୁ। ମନେ ରଖିବେ ଯାହା ବି ପ୍ରମିଜ୍‌ କରିବେ ହୃଦୟରୁ।

 

 



from Odisha Reporter http://bit.ly/2SFUtlC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages