
ରାଉରକେଲା(ସତ୍ୟାନନ୍ଦ ମହାନ୍ତି):ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଦମଡ଼ାପଡ଼ା ଅଞ୍ଚଳରେ ଜଣେ ସାତ ବର୍ଷର ଶିଶୁ ପୁତ୍ରକୁ ଚେଙ୍କ ଦିଆଯାଇଛି।
ଶିଶୁଟି ରକ୍ତ ହୀନତା ରୋଗରେ ପୀଡ଼ିତ ଥିବା ବେଳେ ଅନ୍ଧବିଶ୍ୱାସ ଯୋଗୁ ତାଙ୍କ ପରିବାର ଲୋକେ ଝାଡ଼ଖଣ୍ଡର ଜଣେ ମହିଳାଙ୍କୁ ଡାକି ତାକୁ ଚେଙ୍କ ଦେଇଥିଲେ। ୭ ବର୍ଷର ଏହି ଶିଶୁର ଶରୀରର ୧୦ଟି ସ୍ଥାନରେ ଚେଙ୍କ ଦିଆଯାଇଛି।
ଚେଙ୍କ ଦେବା ପରେ ଶିଶୁଟିର ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତାକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
from Odisha Reporter http://bit.ly/2TJDr3h
No comments:
Post a Comment