
ନୂଆଦିଲ୍ଲୀ:ଫେବୃଆରୀ ୧୪ ପ୍ରେମ ଦିବସରେ ପାକିସ୍ତାନର ଧୋକା ଏବେ ଏହି ଇସ୍ଲାମିକ୍ ରାଷ୍ଟ୍ର ପାଇଁ ବୁମେରାଂ ସାବ୍ୟସ୍ତ ହେବାକୁ ଯାଉଛି। ପ୍ରଥମେ ଅନ୍ତର୍ଜାତୀୟ ସ୍ତରରେ କଟକଣା ଏବଂ ବିଶ୍ୱସ୍ତରୀୟ ନେତା ଏହି ପ୍ରସଙ୍ଗରେ ପାକିସ୍ତାନକୁ ଘେରିବାକୁ ଆରମ୍ଭ କରିଥିବାବେଳେ ଏବେ ଭାରତ ନୂଆ କଟକଣା ଲଗାଇବାକୁ ଉଦ୍ୟମ କରିଛି। ଭାରତରୁ ପାକିସ୍ତାନକୁ ବହୁଥିବା ସିନ୍ଧୁ ନଦୀର ପାଣିକୁ ନୂଆଦିଲ୍ଲୀ ଆଉ ଇସ୍ଲାମାବାଦକୁ ଦେବନାହିଁ ବୋଲି ଆଜି କେନ୍ଦ୍ରମନ୍ତ୍ରୀ ନୀତୀନ୍ ଗଡ଼କରୀ ଘୋଷଣା କରିଛନ୍ତି।
ଆଜି ଗଡ଼କରୀ ଏହି ବାବଦରେ ଘୋଷଣା କରି କହିଛନ୍ତି, “ଆମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ସିନ୍ଧୁ ନଦୀରରୁ ପାକିସ୍ତାନକୁ ବହିଯାଉଥିବା ଆମ ଭାଗର ପାଣିକୁ ଅଟକାଯିବ। ଆମେ ନଦୀଗୁଡ଼ିକର ପାଣିର ଗତିପଥ ବଦଳାଇ ଜମ୍ମୁ-କଶ୍ମୀର ଏବଂ ପଞ୍ଜାବରେ ଥିବା ଆମ ଲୋକଙ୍କୁ ଯୋଗାଇବୁ। ରବି, ସତଲେଜ୍ ଏବଂ ବାଏଜ୍ ନଦୀର ପାଣିର ଗତିପଥ ଜମ୍ମୁ-କଶ୍ମୀର ଏବଂ ପଞ୍ଜାବକୁ ପରିବର୍ତ୍ତନ କରାଯିବ।”
ସିନ୍ଧୁ ନଦୀ ଚୁକ୍ତି ଅନୁଯାୟୀ ସତ୍ଲେଜ୍, ବାଏଜ୍ ଏବଂ ରବି ନଦୀର ପାଣି ଉପରେ ଭାରତର ପୂର୍ଣ୍ଣ ଅଧିକାର ରହିଛି। ସେହିଭଳି ଚେନାବ୍, ଝେଲମ୍ ଏବଂ ଇଣ୍ଡସ୍ର ପାଣିର ଅଧିକାର ପାକିସ୍ତାନକୁ ମିଳିଛି। ୧୬୮ ମିଲିୟନ୍ ଏକର ଫୁଟ୍ ପାଣିରୁ ଭାରତର ଭାଗ ୩୩ ଏକର ଫୁଟ୍। ଏହା ମୋଟ ପାଣିର ୨୦ ପ୍ରତିଶତ। ଭାରତ ଏହି ପାଣିର ୯୩-୯୪ ପ୍ରତିଶତ ବ୍ୟବହାର କରୁଛି। ବାକି ପାଣି ବ୍ୟବହାର ନହୋଇପାରି ପାକିସ୍ତାନକୁ ଚାଲିଯାଉଛି। ଏହି ପାଣି ହିଁ ଭାରତ ଅଟକାଇବ।
୨୦୧୬ ମସିହା ଉରି ଆକ୍ରମଣ ପରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରି ପାଣି ଅଟକାଯିବାର ନିଷ୍ପତ୍ତି ହୋଇଥିଲା। ଏ ମଧ୍ୟରେ ଶାହପୁର ଡ୍ୟାମ୍ ପ୍ରକଳ୍ପ, ପଞ୍ଜାବରେ ଦ୍ୱିତୀୟ ସତଲେଜ୍-ବାଏଜ୍ ଲିଙ୍କ୍ ଏବଂ ଜମ୍ମୁକଶ୍ମୀରରେ ଉଝ୍ ଡ୍ୟାମ୍ ପ୍ରକଳ୍ପ ଆଦି ରହିଛି।
ଏହି ନିଷ୍ପତ୍ତି ପୂର୍ବରୁ ଭାରତ ପାକିସ୍ତାନ ସହିତ ବ୍ୟବସାୟିକ ସମ୍ପର୍କ କାଟିବା ପାଇଁ ‘ମୋଷ୍ଟ ଫେଭର୍ଡ ନେସନ୍’ ତାଲିକାରୁ ବାଦ୍ ଦେଇସାରିଛି।
from Odisha Reporter https://ift.tt/2ItSkFX
No comments:
Post a Comment