
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମ୍ମୁ ଓ କାଶ୍ମୀର ପୁଲଓ୍ୱାମାରେ ଗତକାଲି ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଯବାନ ଅଛନ୍ତି। ଏହି ଦୁଇ ଯବାନ ହେଲେ ପ୍ରସନ୍ନ ସାହୁ ଏବଂ ମନୋଜ କୁମାର ବେହେରା। ପ୍ରସନ୍ନ କୁମାର ସାହୁଙ୍କ ଘର ଜଗତସିଂହପୁର ଜିଲ୍ଲା ନୂଆଗାଁରେ ବୋଲି ଜଣାପଡ଼ିଛି।
ସେହିପରି ମନୋଜଙ୍କ ଘର କଟକ ଜିଲ୍ଲା ନିଆଳିର ରତନପୁର ଗାଁରେ। ଜୟପୁରରେ ରହୁଥିବା ମନୋଜଙ୍କ ଭିଣୋଇଙ୍କ ପକ୍ଷରୁ ସୂଚନା ମିଳିଛି। ୨୦୦୬ ମସିହାରେ ସେ ସିଆର୍ପିଏଫ୍ରେ ଯୋଗ ଦେଇଥିଲେ। ଛୁଟିରେ ଆସି ସପ୍ତାହ ତଳେ କର୍ମକ୍ଷେତ୍ରକୁ ଫେରିଥିଲେ।
ସୂଚନାଯୋଗ୍ୟ, ଗତକାଲି ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ କରି ହୋଇଥିବା ଏହି ଆକ୍ରମଣରେ ୪୦ ଯବାନ ସହିଦ ହୋଇଥିଲେ। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥର ଅବନ୍ତୀପୋରା ନିକଟରେ ଏହି ହମ୍ଲା ହୋଇଥିଲା। ପାଖାପାଖି ୨୫୦୦ରୁ ଅଧିକ ଯବାନ ୭୦ଟି ଗାଡିରେ ଜମ୍ମୁରୁ ଶ୍ରୀନଗର ଫେରୁଥିବା ବେଳେ ସେମାନଙ୍କ ଗାଡିକୁ ଆତଙ୍କବାଦୀ ଟାର୍ଗେଟ କରିଥିଲେ। IED ବିସ୍ଫୋରକ ଭରା ଏକ ଭ୍ୟାନ୍କୁ ଯବାନ ବସିଥିବା ବସ୍ରେ ମାଡ଼ କରିଥିଲେ। ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏଥିରେ ଗାଡ଼ି ସଂପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଥିଲା।
ଆହୁରି ପଢ଼ନ୍ତୁ: ଭୟଙ୍କର: ଜୈଶର ଆତ୍ମଘାତୀ ହମ୍ଲାରେ ୪୦ ଯବାନ ସହିଦ, ୨ ବ୍ୟକ୍ତି ମୃତ
from Odisha Reporter http://bit.ly/2UZQfCS
No comments:
Post a Comment