
ବାଲେଶ୍ୱର (ରଶ୍ମିରଞ୍ଜନ ଦାସ): ପାକିସ୍ତାନରେ ପଶି ଭାରତୀୟ ବାୟୁସେନା ଆତଙ୍କବାଦୀ ସଂଗଠନ ‘ଜୈଶ-ଇ-ମହମ୍ମଦ’ର ସବୁଠୁ ବଡ଼ ଟ୍ରେନିଂ କ୍ୟାମ୍ପକୁ ଧ୍ୱଂସ କରିବା ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି। ଏଭଳି ସ୍ଥିତିରେ ଓଡ଼ିଶାରେ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ସମସ୍ତ ବନ୍ଦର, ବିମାନବନ୍ଦର ଓ କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ରାଜ୍ୟର ସମସ୍ତ ବଡ଼ ବଡ଼ ପ୍ରତିଷ୍ଠାନର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ କୁହାଯାଇଛି। ସେଥିପାଇଁ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଆଇଟିଆର (ଇଣ୍ଟିଗ୍ରେଟେଡ୍ ଟେଷ୍ଟ୍ ରେଞ୍ଜ୍) ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଚାନ୍ଦିପୁର ଆଇଟିଆରେ ମିରାଜ୍ ଯୁଦ୍ଧ ବିମାନଠାରୁ ଆରମ୍ଭ କରି ଅନେକ ଲଢୁଆ ବିମାନର ପରୀକ୍ଷଣ ହୋଇଥାଏ।
ଆଇଟିଆର ନିର୍ଦ୍ଦେଶକ ବିନୟ କୁମାର ଦାଶ କହିଛନ୍ତି,“ ସାମ୍ପ୍ରତିକ ପରିସ୍ଥିତିରେ ଆଇଟିଆରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।”
ଗତକାଲି ନୌସେନା, ସ୍ଥଳସେନା, କୋଷ୍ଟଗାର୍ଡ, ସିଆରପିଏଫ୍, ବିଏସ୍ଏଫ୍, ସିଆଇଏସ୍ଏଫ୍, ଗୁଇନ୍ଦା ବିଭାଗ ଓ ପୁଲିସର ବରିଷ୍ଠ ଅଧିକାରୀଙ୍କୁ ନେଇ ସୁରକ୍ଷା ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ସେହିପରି ରାଜ୍ୟର ସବୁ ଜିଲ୍ଲାର ଏସ୍ପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା।
from Odisha Reporter https://ift.tt/2IIHdc0
No comments:
Post a Comment