ଆନ୍ଦୋଳନରୁ ଓହରିଲେ ପୁଲିସ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 7, 2019

ଆନ୍ଦୋଳନରୁ ଓହରିଲେ ପୁଲିସ୍

tyyy8888

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଆନ୍ଦୋଳନରୁ ଓହରିଛି ହାବିଲଦାର-କନଷ୍ଟେବଳ-ସିପାହୀ ମହାସଂଘ। ଆଜି ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ସଂଘ ସଭାପତିଙ୍କ ଆଲୋଚନା ପରେ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି।
୪ ଦଫା ଦାବିରେ କଳାବ୍ୟାଚ୍ ପିନ୍ଧି ଆନ୍ଦୋଳନକୁ ଓହ୍ଲାଇଥିଲା ମହାସଂଘ। ତେବେ ଦାବି ପୂରଣ ନେଇ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଛି।

ହାବିଲଦାର, ସିପାହୀ, କନେଷ୍ଟବଳଙ୍କ ଦାବି ଆଜି ସଂଧ୍ୟା ସୁଦ୍ଧା ପୂରଣ ହେବ ବୋଲି ଡିଜିପି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏହାସହ ଏଣିକି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଦୁର୍ଘଟଣାରେ ଚିକିତ୍ସା ହେଉଥିବା ସମୟକୁ ଡ୍ୟୁଟି ଆକାରରେ ଗଣତି ହେବ ବୋଲି ଡିଜି କହିଛନ୍ତି।

ସେହିପରି ଠିକା କର୍ମଚାରୀ ନିଯୁକ୍ତି ଉଚ୍ଛେଦ ପାଇଁ କମିଟି ଗଠନ ହେବ। ତା’ ପୂର୍ବରୁ ୧୩ ମାସର ଦରମା ପ୍ରଦାନ ହେବା ନେଇ ନିଷ୍ପତ୍ତି ନିଆଯାଇଛି।

ଡିଜିପିଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହେଲେ ଆଗାମୀ ଦିନରେ ପୁଣି ଥରେ ଧାରଣା ଦିଆଯିବ ବୋଲି ମହାସଂଘ ସଭାପତି କହିଛନ୍ତି।

ଦରମା ବୃଦ୍ଧି, ଠିକା ନିଯୁକ୍ତି ଉଚ୍ଛେଦ, ସମସ୍ତ ପ୍ରକାର ଭତ୍ତା ଓ ଗ୍ରେଡ୍ ପେ ବୃଦ୍ଧି, ସ୍ୱାସ୍ଥ୍ୟ ବୀମା ସୁବିଧା ‌ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲା ମହାସଂଘ। ପ୍ରାୟ ୬୦ ହଜାର ହାବିଲଦାର, ସିପାହୀ ଓ କନଷ୍ଟେବଳ କଳାବ୍ୟାଜ୍ ପିନ୍ଧି ଡ୍ୟୁଟି କରିଥିଲେ।



from Odisha Reporter http://bit.ly/2GqCnO2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages