
ଆବଶ୍ୟକ ସାମଗ୍ରୀ: ମଇଦା, ଅନ୍ସଲ୍ଟେଡ୍ ବଟର, ଡ୍ରାଏଡ୍ ପ୍ଲମ୍, ଭ୍ନିୟାଲା ଏସେନ୍ସ, ବାଦାମ, ଅଖରୋଟ୍, ବ୍ରାଉନ୍ ସୁଗାର, ୧ କପ୍ କ୍ଷୀର, ଡାଲ୍ଚିନି ଗୁଣ୍ଡ, ଖାଇବା ସୋଡ଼ା ଓ ଅଣ୍ଡା।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ବଡ଼ ପାତ୍ରରେ ମଇଦା ଓ ଖାଇବା ସୋଡ଼ାକୁ ଚାଲୁଣିରେ ଛାଣି ଦିଅନ୍ତୁ। ଏବେ ଆଉ ଏକ ପାତ୍ରରେ ବ୍ରାଉନ୍ ସୁଗାର ଓ ବଟର ମିଶାନ୍ତୁ। ଚିନି ସମ୍ପୂର୍ଣ୍ଣ ଭାବେ ମିଶିବା ଯାଏ ଏହାକୁ ଗୋଳାନ୍ତୁ।
ଏବେ ଏଥିରେ ଅଣ୍ଡାକୁ ଭାଙ୍ଗି ପକାଇ ଭଲ ଭାବେ ଫେଣ୍ଟନ୍ତୁ। ଏବେ ଅଳ୍ପ ଅଳ୍ପ କରି ମଇଦାକୁ ଏହି ମିଶ୍ରଣରେ ପକାନ୍ତୁ। ଧ୍ୟାନ ରଖନ୍ତୁ ଏହା ଯେପରି ମୁଣ୍ଡା ନ ହୁଏ। ଭଲ ଭାବେ ମିଳାଇଗଲା ପରେ ଏଥିରେ ଡ୍ରାଏଡ୍ ପ୍ଲମ୍, କଟା ବାଦାମ, କଟା ଅଖରୋଟ୍, କ୍ଷୀର ଓ ଭାନିଲା ଏସେନ୍ସ ପକାଇ ଭଲ ଭାବେ ମିକ୍ସ କରନ୍ତୁ। ଏବେ ଏଥିରେ ଡାଳଚିନି ଗୁଣ୍ଡ ପକାଇ ଭଲ ଭାବେ ମିଶାନ୍ତୁ ଓ ୧୦ ମିନିଟ୍ ଯାଏ ଛାଡ଼ି ଦିଅନ୍ତୁ।
୧୦ ମିନିଟ୍ ପରେ ଏହି ମିଶ୍ରଣକୁ କେକ୍ ଛାଞ୍ଚରେ ଭଲଭାବେ ବଟର୍ ଲଗାଇ ଏହା ଉପରେ ଢାଳି ଓଭନ୍ରେ ୧୮୦ ଡିଗ୍ରୀରେ ଏକ ଘଣ୍ଟା ପର୍ଯ୍ୟନ୍ତ ରଖିଦିଅନ୍ତୁ। ଏବେ କେକ୍ ସିଝିଲାଣି କି ନାହିଁ ଏଥିରେ ଛୁରୀ ପୂରାଇ ଚେକ୍ କରନ୍ତୁ। ଯଦି କେକ୍ ବ୍ୟାଟର ଛୁରୀରେ ନ ଲାଗେ, ତେବେ ଜାଣିବେ ଏହା ଭଲ ଭାବେ ସିଝି ଯାଇଛି। ଏବେ ଏହାକୁ ବାହାରକୁ ବାହାର କରି ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ପେସାଲ ପ୍ଲମ୍ କେକ୍।
from Odisha Reporter http://bit.ly/2E2J0nY
No comments:
Post a Comment