ଚେତନ ସାଲୁଙ୍ଖେ ହେଲେ ଡ୍ୟାନ୍ସ ପ୍ଲସ୍‌-୪ର ବିଜେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 3, 2019

ଚେତନ ସାଲୁଙ୍ଖେ ହେଲେ ଡ୍ୟାନ୍ସ ପ୍ଲସ୍‌-୪ର ବିଜେତା

ମୁମ୍ୱାଇ: ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ଡ୍ୟାନ୍ସ ରିୟଲିଟି ଶୋ’ ‘ଡ୍ୟାନ୍ସ ପ୍ଲସ୍‌-୪’ର ବିଜେତାଙ୍କ ନାଁ ଘୋଷଣା ହୋଇସାରିଛି। ଚେତନ ସାଲୁଙ୍ଖେ ଏହି ଶୋ’ର ବିଜେତା ହୋଇଛନ୍ତି। ଫାଇନାଲ୍‌ ରାଉଣ୍ଡରେ ଚାରିଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ତାଙ୍କୁ ବିଜୟୀ ଘୋଷଣା କରାଯାଇଛି।

ଅନ୍ୟ ତିନିଜଣ ହେଲେ ବର୍ତ୍ତିକା ଝା, ବି. ଅନ୍‌ବିଟେବଲ୍‌ ଓ ସୁଜନ ଆଞ୍ଚଲ୍‌। ଶୋ’ରେ ରେମୋ ଜିସୋଜାଙ୍କୁ ସୁପର୍‌ ଜଜ୍‌ ଭାବେ ଦେଖିବାକୁ ମିଳିଥିଲା। ସେହିପରି ଶକ୍ତି ମୋହନ, ପୁନୀତ୍ ଜେ. ପାଠକ, ଧର୍ମେଶ୍‌ ନିଜ ନିଜ ଟିମ୍‌ର ମେଣ୍ଟର୍‌ ରହିଥିଲେ। ଏହି ଶୋ’ରେ ସୁଜନ ଆଞ୍ଚଲ୍‌ ପୁନୀତ୍‌ଙ୍କ ଟିମ୍‌ର ଜଣିଏ ମାତ୍ର ଫାଇନାଲିଷ୍ଟ୍‌ ଥିଲେ। ଏହା ବ୍ୟତୀତ ଧର୍ମେଶ୍‌ଙ୍କ ଟିମ୍‌ରୁ ଦୁଇ ଜଣ ସଦସ୍ୟ ଫାଇନାଲ୍‌ରେ ପହଞ୍ଚିବାକୁ ସଫଳ ହୋଇଥିଲେ। ବର୍ତ୍ତିକା ଓ ବି.ଅନ୍‌ବିଟେବଲ୍‌ ଧର୍ମେଶ୍‌ଙ୍କ ଟିମ୍‌ର ସଦସ୍ୟ ଥିଲେ। କିନ୍ତୁ ଶକ୍ତିଙ୍କ ଟିମ୍‌ରୁ କୌଣସି ପ୍ରତିଯୋଗୀ ଫାଇନାଲ୍‌ରେ ପହଞ୍ଚି ପାରି ନ ଥିଲେ।

ଶୋ’ର ଗ୍ରାଣ୍ଡ ଫିନାଲେରେ ମେଣ୍ଟର୍‌ ଧର୍ମେଶ୍‌, ପୁନୀତ୍‌ ଜେ. ପାଠକ ଓ ଶକ୍ତି ମୋହନ ନିଜର ପ୍ରଫୋମାନ୍ସ ଦେଇଥିଲେ। ଏହା ବ୍ୟତୀତ ମାଧୁରୀ ଦୀକ୍ଷିତ ମଧ୍ୟ ତାଙ୍କର ଏକ ଡ୍ୟାନ୍ସ୍‌ ପ୍ରଫୋମାନ୍ସ ଦେଖାଇଥିଲେ। ଏହି ଗ୍ରାଣ୍ଡ୍‌ ଫିନାଲେରେ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରେ ମାଧୁରୀ, ଅନୀଲ୍‌ କପୁର୍‌, କୁମାର ସାନୁ, ଅଙ୍କିତା ଲୋଖଣ୍ଡେ, ନୋରା ଫତେହି ଏବଂ ମୌନୀ ରୟଙ୍କ ପରି କଳାକାର ରହିଥିଲେ।

ଶୋ’ରେ ମାଧୁରୀ ଦୀକ୍ଷିତ ଓ ଅନୀଲ୍‌ କପୁର୍‌ ଏବଂ ରିତେଶ ଦେଶମୁଖ ତାଙ୍କର ଫିଲ୍ମ ଟୋଟାଲ୍‌ ଧମାଲ୍‌ର ପ୍ରମୋସନ୍‌ କରିବା ପାଇଁ ଆସି ପହଞ୍ଚିଥିଲେ।
ଏହା ବ୍ୟତୀତ ଶୋ’ରେ ଅଜୟ ଦେବଗନ୍‌ଙ୍କର ପ୍ରଫୋମାନ୍ସ ମଧ୍ୟ ଦେଖିବାକୁ ମିଳିଥିଲା।

 



from Odisha Reporter http://bit.ly/2WC6M1w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages