ବିଜେପିର ପ୍ରଶ୍ନ: ଯେଉଁଠି ମହିଳା କମିଶନ ସଦସ୍ୟ ନିର୍ଯାତିତ, ନାରୀ କେତେ ସୁରକ୍ଷିତ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 27, 2019

ବିଜେପିର ପ୍ରଶ୍ନ: ଯେଉଁଠି ମହିଳା କମିଶନ ସଦସ୍ୟ ନିର୍ଯାତିତ, ନାରୀ କେତେ ସୁରକ୍ଷିତ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିଜେ ମହିଳା କମିଶନ ସଦସ୍ୟା ଆଜି ବିଜେଡି ବିଧାୟକଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି। ଯିଏ ମହିଳାଙ୍କୁ ସୁରକ୍ଷା ଦେବା କଥା, ସିଏ ଆଜି ଦୁର୍ବ୍ୟବହାରରେ ଶିକାର ହେଉଛନ୍ତି। ଏଥିରୁ ରାଜ୍ୟରେ ମହିଳାମାନେ କେତେ ଅସୁରକ୍ଷିତ ତାହା ଜଣାପଡୁଛି ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା।

ଭୁବନେଶ୍ୱରରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ଶ୍ରୀମତୀ ପରିଡ଼ା କହିଛନ୍ତି, “ତୃତୀୟ ମହଲାର ଅଣ ଓଡ଼ିଆ କଳା ପାହାଡ଼ଙ୍କ ଚଳନ୍ତି ପ୍ରତିମା କୁହାଯାଉଥିବା ବିଜେଡିର ଟାଣୁଆ ବିଧାୟକ ପ୍ରଣବ ପ୍ରକାଶ ଦାସ ଜଣେ ସାଧାରଣ ମହିଳା ନୁହେଁ, ବରଂ ମହିଳା କମିଶନର ସଦସ୍ୟା ତିଳୋତ୍ତମା ନାୟକଙ୍କୁ ସର୍ବସାଧାରଣରେ କୁତ୍ସିତ ବ୍ୟବହାର କରିଛନ୍ତି।

ଏପରି ବ୍ୟବହାର ଦେଶର ଆଇନ୍‌ ଅନୁଯାୟୀ ଏକ ଧର୍ତ୍ତବ୍ୟ ଅପରାଧ। ଏହି ଘଟଣାରେ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟି ଫିଟାଉ ନାହାନ୍ତି। ଏପରିକି ପ୍ରଣବ ପ୍ରକାଶ ଦାସଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ତିଳୋତ୍ତମା ନାୟକ ଖୋଦ ମହିଳା କମିଶନର ସଦସ୍ୟା ହୋଇଥିଲେ ମଧ୍ୟ କମିଶନଙ୍କ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ଏପରିକି ସମ୍ପୃକ୍ତ ବିଧାୟକଙ୍କୁ ନୋଟିସ୍‌ କରାଯାଇନି।”

ଶ୍ରୀମତୀ ପରିଡା ଆହୁରି କହିଛନ୍ତି-“ମୁଖ୍ୟମନ୍ତ୍ରୀ ‘ମାଆକୁ ସମ୍ମାନ’ ଓ ‘ମହିଳା ସଂରକ୍ଷଣ’ର ସ୍ଲୋଗାନ ଦେଉଛନ୍ତି। ଏପରି ସ୍ଥିତିରେ କୁଆଡେ ଗଲା ମହିଳାଙ୍କ ପ୍ରତି ସମ୍ମାନ? ଏଥିରୁ ସ୍ପଷ୍ଟ ହେଉଛି, ଆମେ ଆଗରୁ ଯାହା ଅଭିଯୋଗ କରି ଆସୁଥିଲୁ ତାହା ସତରେ ପରିଣତ ହୋଇଛି। ବିଜେଡିର ନିର୍ବାଚନ ଦାୟିତ୍ୱ ତୃତୀୟ ମହଲାରୁ ତାମିଲ ଅଫିସରଙ୍କ ମାଧ୍ୟମରେ କିଛି ଦାଗୀ ଓ ଠକ ବିଧାୟକ ଦ୍ୱାରା ପରିଚାଳନା କରାଯାଉଛି।”



from Odisha Reporter https://ift.tt/2TjCJg1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages