ପ୍ରେମ ଦିବସରେ ତିନି ପ୍ରତାରିତା ପ୍ରେମିକାଙ୍କ କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 14, 2019

ପ୍ରେମ ଦିବସରେ ତିନି ପ୍ରତାରିତା ପ୍ରେମିକାଙ୍କ କାହାଣୀ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଆଜି ସାରା ବିଶ୍ୱ ଭାଲେଣ୍ଟାଇନ୍ସ ଡେ ବା ପ୍ରେମ ଦିବସ ଧୂମଧାମରେ ପାଳନ କରିଛି। ଆଜିର ଏହି ଦିନରେ ଆମେ ବଲାଙ୍ଗିରର ଏମିତି ତିନିଜଣ ଯୁବତୀଙ୍କ କଥା କହିବାକୁ ଯାଉଛୁ, ଯିଏ ପ୍ରେମିକଙ୍କ ପାଇଁ ଘର ପରିବାର ଛାଡି ପ୍ରତାରଣାର ଶିକାର ହୋଇଛନ୍ତି।

ବଲାଙ୍ଗିର ସହରର ସାଲେପାଲିଠାରେ ସ୍ୱାଧାର ଗୃହରେ ରହୁଥିବା ଏହି  ଯୁବତୀ ପ୍ରତାରିତ ହେବା ପରେ ଏବେ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି।

କଣ୍ଟାବାଞ୍ଜୀ ସହରର ଜଣେ ଝିଅ ଦୁଇବର୍ଷ ତଳେ ତାଙ୍କ ବଡଭାଇଙ୍କ ଟ୍ରକର ଡ୍ରାଇଭରଙ୍କ ସହ ପ୍ରେମ କରି ବସିଥିଲେ। ଭିନ୍ନ ଜାତିର ହୋଇଥିବାରୁ ପରିବାର ଲୋକେ ବିରୋଧ କରିଥିଲେ। ହେଲେ କଣ୍ଟାବାଞ୍ଜୀ ରାଧାକୃଷ୍ଣ ମନ୍ଦିରରେ ପ୍ରେମିକାର ସିନ୍ଥିରେ ସିନ୍ଦୁର ଲଗାଇ ବାହା ହୋଇଥିଲା ପ୍ରେମିକ। ଏହା ଜାଣିବା ପରେ ଝିଅଙ୍କ ପରିବାର ଲୋକେ କଣ୍ଟାବାଞ୍ଜୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ଉଭୟେ ପ୍ରାପ୍ତ ବୟସ୍କର ହୋଇଥିବାରୁ ପୁଲିସ ଥାନାରେ ପୁଅଝିଅଙ୍କୁ ବାହା କରାଇଦେଇଥିଲେ।

ବାହାଘରର ୫ ମାସ ପରେ ଧୋକା ଦେଇଥିଲା ପ୍ରେମିକ। ନିଜ ଘର ଲୋକଙ୍କ ସହିତ ମିଶି ପ୍ରେମିକାକୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲା। ଏପରିକି ବଲାଙ୍ଗିର ସହରକୁ ଆଣି ପ୍ରେମିକାକୁ ରାତି ଅଧରେ ଏକାକୀ ଛାଡ଼ି ଫେରାର ହୋଇଯାଇଥିଲା। ଏବେ ପ୍ରେମିକାଙ୍କ ଦୁଃଖମୟ ଜୀବନ ବିତୁଛି ସ୍ୱାଧାର ଗୃହରେ।

ସେହିପରି ଅନ୍ୟ ଜଣେ ଯୁବତୀ ହେଉଛନ୍ତି ପୁଇଁନ୍ତଲା ଥାନା ଅଞ୍ଚଳର। ମାଆ ଛେଉଣ୍ଡ ଏହି ଝିଅ ବେଙ୍ଗାଲୁରୁକୁ ଦାଦନ ଖଟିବା ପାଇଁ ଯାଇଥିଲେ। ସେଠାରେ ବେଳପଡ଼ା ଥାନା ବନମାଳ ଗାଁର ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଲା। ଉଭୟେ ଉଭୟଙ୍କୁ ଭଳ ପାଇ ଜନ୍ମ ଜନ୍ମାନ୍ତର ପାଇଁ ସାଥୀ ହେବା ପାଇଁ ଶପଥ ନେଇଥିଲେ। ଭିନ୍ନ ଜାତିର ହୋଇଥିବାରୁ ପୁଅ ଘର ଲୋକେ ଝିଅକୁ ବୋହୂ କରିବା ପାଇଁ ମନା କଲେ। ହେଲେ ଧୋକାବାଜ ପ୍ରେମିକ, ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଟିଟିଲାଗଡର ଏକ ଭଡା ଘରେ ଦଶ ଦିନ ରଖିବା ପରେ ସେଠାରୁ ଫେରାର ହୋଇଯାଇଥିଲେ। ସେତେବେଳକୁ ଯୁବତୀ ୬ ମାସର ଗର୍ଭବତୀ ଥିଲେ। ବାପାଙ୍କ ସହ ଥାନାକୁ ଯାଇ ଯୁବତୀ ଅଭିଯୋଗ କରିଥିଲେ। ଏ ମାମଲା ଏବେ କୋର୍ଟରେ ବିଚରାଧୀନ ରହିଛି। ହେଲେ ଧୋକାବାଜ ପ୍ରେମିକ ଅନ୍ୟତ୍ର ବିବାହ କରି ବେଶ ହସଖୁସିରେ ରହୁଛନ୍ତି। ଅନ୍ୟପଟେ ପ୍ରତାରଣାର ଶିକାର ଯୁବତୀ ୬ ମାସର ଝିଅକୁ ଧରି ସ୍ୱାଧାର ଗୃହରେ ଲୁହ ଗଡ଼ାଉଛନ୍ତି।

ଏ ଦୁଇ ଜଣଙ୍କ ପରି ଲାଠୋର ଥାନାର ଅର୍ନ୍ତଗତ ଏକ ଗାଁର ପ୍ରେମିକା ମଧ୍ୟ ସ୍ୱାଧାର ଗୃହରେ ରହୁଛନ୍ତି। ବେଳପଡା ଥାନା ରାଢବାହାଲ ଗାଁର ଜଣେ ଦାଦନ ସର୍ଦ୍ଦାର କଥା ହେବାକୁ ଝିଅର ମାଆଙ୍କୁ ଫୋନ୍‌ କରିଥିଲେ। ହେଲେ ଫୋନ ଉଠାଥିଲେ ଝିଅ। ଫୋନରେ କଥାବାର୍ତ୍ତା ହେଉ ହେଉ ଉଭୟଙ୍କ ଭିତରେ ଗଢି ଉଠିଲା ପ୍ରେମ ସଂପର୍କ। ଝିଅ ଜଣକ ଅନ୍ତଃସ୍ୱତ୍ତା ହେବା ପରେ ବାହା ହେବା ପାଇଁ ମନା କରିଦେଇଥିଲା ପ୍ରେମିକ। ପରେ ଜଣାପଡ଼ିଥିଲା ପ୍ରେମିକ ଜଣଙ୍କ ଦୁଇ ବର୍ଷ ପୂର୍ବରୁ ବିବାହ କରିସାରିଛନ୍ତି। ପ୍ରେମିକ ଧୋକା ଦେବା ପରେ ଝିଅକୁ ନିଜ ବାପାମାଆ ମଧ୍ୟ ନିଜ ପାଖରେ ରଖିବା ପାଇଁ ମନା କରିଦେଇଥିଲେ। ଫଳରେ ଏବେ ସେ ୫ ମାସର ଝିଅ ସହିତ ସ୍ୱାଧାର ଗୃହରେ ଜୀବନ ବିତାଉଛନ୍ତି।

କେବଳ ଏହି ତିନି ଜଣ ନୁହଁନ୍ତି, ସ୍ୱାଧାର ଗୃହରେ ଏମିତି ପ୍ରତାରଣା ଶିକାର ହୋଇଥିବା ପ୍ରାୟ ୧୫ ଜଣ ଝିଅ ରହୁଛନ୍ତି। ଏମାନଙ୍କ ପାଇଁ କଳଙ୍କ ସାଜିଛି ପ୍ରେମ। ଏପରି ସ୍ଥିତିରେ ସତର୍କ ରହିବାକୁ ଏହି ଯୁବତୀମାନେ ଆଜିକାଲି ପ୍ରେମରେ ପଡ଼ିଥିବା ଯୁବତୀଙ୍କୁ ପରାମର୍ଶ ଦେଇଛନ୍ତି।



from Odisha Reporter http://bit.ly/2DBLiJo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages