ଲାଡେନ୍ ଭଳି ସୁରକ୍ଷା ବଳୟ ମଧ୍ୟରେ ରହୁଛି ଜୈଶ ମୁଖ୍ୟ ମାସୁଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 16, 2019

ଲାଡେନ୍ ଭଳି ସୁରକ୍ଷା ବଳୟ ମଧ୍ୟରେ ରହୁଛି ଜୈଶ ମୁଖ୍ୟ ମାସୁଦ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ହମ୍‌ଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ଜୈଶ-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର ପାକିସ୍ତାନ ସେନାର ସୁରକ୍ଷା ବଳୟ ମଧ୍ୟରେ ରହୁଛି। ତା’କୁ ପାକିସ୍ତାନ ସେନା ପଞ୍ଜାବ ପ୍ରଦେଶରେ ଲୁଚାଇ ରଖିଛି। କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‌ ଲାଡେନ୍‌ ଯେମିତି ପାକିସ୍ତାନର ସାମରିକ ସହର ଅବୋଟ୍ଟାବାଦରେ ଲୁଚି ରହିଥିଲା, ଠିକ୍‌ ଅନୁରୂପ ଭାବେ ମାସୁଦ ବାହାବଲପୁରରେ ପାକ ସେନାର ସୁରକ୍ଷା ବଳୟରେ ରହିଛି।

ଲାଡେନ୍‌ ପାକିସ୍ତାନ ପ୍ରତିରକ୍ଷା ଏକାଡେମିଠାରୁ ୧.୫ କିମି ଦୂର ଏକ ଦୁର୍ଗ ସମ ବିଶାଳ ଆପାର୍ଟମେଣ୍ଟରେ ରହୁଥିଲା। ତେବେ ଅଲ କାଏଦାର ଏହି ମୁଖ୍ୟକୁ ଆମେରିକା ସେନା ୨୦୧୧ ମସିହା ମେ’ ୨ରେ ସେହି ସ୍ଥାନରେ ପହଞ୍ଚି ହତ୍ୟା କରିଥିଲା।

ଏବେ ମାସୁଦ ଉପରେ ସମାନ ଧରଣର ଆକ୍ରମଣ କରିବାକୁ ଭାରତ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି।

‘ଇଣ୍ଡିଆ ଟୁଡେ’ର ରିପୋର୍ଟ ଅନୁଯାୟୀ, ଜୈଶ ସଂଗଠନର ମୁଖ୍ୟ ଆଡ୍ଡା ପାକିସ୍ତାନର ପଞ୍ଜାବ ପ୍ରଦେଶ ସ୍ଥିତ ବାହାବଲପୁରଠାରେ ରହିଛି। ଏହି ଆଡ୍ଡାସ୍ଥଳଟି ସ୍ଥାନୀୟ ଆର୍ମି କ୍ୟାଣ୍ଟନମେଣ୍ଟଠାରୁ ମାତ୍ର ଅଳ୍ପ ଦୂରତାରେ ରହିଛି। ବାହାବଲପୁର ଉପକଣ୍ଠରେ ଥିବା ଜାମା ମସଜିଦ ‘ଶୁଭାନ ଆଲ୍ଲା’ ମଧ୍ୟରେ ଜୈଶର ଆତଙ୍କୀ ଆଡ୍ଡା ରହିଛି। ୨୦୧୧ରେ ଜୈଶ ଏହି ଆଡ୍ଡା ନିର୍ମାଣ କରିବାକୁ ଆନ୍ତର୍ଜାତିକ ସ୍ତରରେ ପାଣ୍ଠି ସଂଗ୍ରହ କରିଥିଲା। ମସଜିଦ୍‌ ନିର୍ମାଣ ନାଁରେ ଆସିଥିବା ଟଙ୍କାରେ ଆତଙ୍କୀ ସଂଗଠନ ପାଇଁ ଟ୍ରେନିଂ କେନ୍ଦ୍ର ନିର୍ମାଣ ହୋଇଥିଲା। ଆଡ୍ଡାଟି ମସଜିଦ୍‌ ମଧ୍ୟରେ ଏମିତି ଏକ ସ୍ଥାନରେ ରହିଛି, ଯାହା ଯାହାକୁ ଠାବ କରିବା ବେଶ କଷ୍ଟକର।

ସାରାଇକି ଚୌକଠାରେ ଲୋକଙ୍କ ପାଇଁ ଏଫ୍‌-୬ ଯୁଦ୍ଧ ବିମାନର ଏକ ଡିସ୍‌ପ୍ଲେ ମଡେଲ ରହିଛି। ଏହା ଜାମା ମସଜିଦ ‘ଶୁଭାନ ଆଲ୍ଲା’ ଠାରୁ ମାତ୍ର ଗୋଟିଏ କିମି ମଧ୍ୟରେ ଅବସ୍ଥିତ। କିଛି ରିପୋର୍ଟ ଅନୁସାରେ ପାକିସ୍ତାନର ପରମାଣୁ କେନ୍ଦ୍ର ମଧ୍ୟ ଏହି ଅଞ୍ଚଳରେ ରହିଛି।

୨୦୧୨ରେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଥିଲେ, “ମୁଁ କ୍ଷମତାକୁ ଆସିବା ପରେ ଭାରତ ବିରୋଧରେ ହେଉଥିବା ଆତଙ୍କବାଦର ମୂଳପୋଛ କରିବି।” ହେଲେ ଯଥାପୂର୍ବଂ ତଥା ପରଂ ନ୍ୟାୟରେ କିଛି ବଦଳିନି। ମାସୁଦ ଆଝାର କୁଖ୍ୟାତ ଆତଙ୍କବାଦୀ ହୋଇଥିଲେ ହେଁ ତା’ ବିରୋଧରେ ପାକିସ୍ତାନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।



from Odisha Reporter http://bit.ly/2BBwzxW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages