
ନୂଆଦିଲ୍ଲୀ: ଆବୁଧାବିଠାରେ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋଅପରେସନ୍ (ଓଆଇସି) ଆୟୋଜିତ ବୈଦେଶିକ ମନ୍ତ୍ରୀମାନଙ୍କ ସମ୍ମିଳନୀରେ ଭାରତର ଉପସ୍ଥିତିକୁ ନେଇ ଅସନ୍ତୁଷ୍ଟ ପାକିସ୍ତାନ ଏଥିରେ ଯୋଗ ଦେବନି। ପୂର୍ବରୁ ଭାରତକୁ ବାଦ୍ ଦେବାକୁ ଅଡ଼ି ବସିଥିବା ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହ ମେହମ୍ମୁଦ କୁରେସି ଶୁକ୍ରବାର କହିଛନ୍ତି, ସେ ଏହି ବୈଠକରେ ଯୋଗଦେବେନି।
ସେ ତାଙ୍କ ସଂସଦର ମିଳିତ ଅଧିବେଶନରେ କହିଛନ୍ତି, “ସେମାନେ ସୁଷମା ସ୍ୱରାଜଙ୍କୁ ସମ୍ମାନନୀୟ ଅତିଥି ଭାବରେ ନିମନ୍ତ୍ରଣ ଦେଇଥିବାରୁ ମୁଁ ବୈଦେଶିକ ମନ୍ତ୍ରୀଙ୍କ ପରିଷଦରେ ଯୋଗ ଦେବିନି ବୋଲି ସ୍ଥିର କରିଛି।”
ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଗତ କାଲି ଆବୁଧାବିଠାରେ ପହଞ୍ଚିଛନ୍ତି।
ଏହି ସମୟରେ ହିଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉଗ୍ର ସ୍ଥିତିରେ ପହଞ୍ଚିଛି। ପ୍ରଥମେ ପୁଲ୍ୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନରେ ଜୈଶ୍-ଇ-ମହମ୍ମଦ କ୍ୟାମ୍ପ ଧ୍ୱଂସ କରିବାରୁ ପ୍ରତିଶୋଧ ପରାୟଣ ପାକିସ୍ତାନ ଭାରତୀୟ ସେନା ଶିବିରକୁ ଟାର୍ଗେଟ୍ କରୁଥିଲା। କିନ୍ତୁ ଭାରତ ଏହାକୁ ପ୍ରତିହତ କରିବାରେ ସଫଳ ହୋଇଛି।
ଅନ୍ୟପକ୍ଷରେ ଏହି ମୁକାବିଲା ସମୟରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ସୀମା ସେପାଖରେ ଖସିପଡ଼ିବାରୁ ପାକିସ୍ତାନ ତାଙ୍କୁ ଗିରଫ କରିନେଇଛି। ବିଭିନ୍ନ ଆଡ଼ୁ ଚାପ ପଡ଼ିବା ପରେ ଆଜି ଅପରାହ୍ଣରେ ପାକିସ୍ତାନ ତାଙ୍କୁ ଭାରତ ଫେରାଇବାର ଅଛି।
from Odisha Reporter https://ift.tt/2NBVypB
No comments:
Post a Comment