‘ଉଜ୍ଜ୍ୱଳା ଦିଦି’ ସମ୍ମିଳନୀ: ପରିବର୍ତ୍ତନର ବାହକ ହେବାକୁ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 23, 2019

‘ଉଜ୍ଜ୍ୱଳା ଦିଦି’ ସମ୍ମିଳନୀ: ପରିବର୍ତ୍ତନର ବାହକ ହେବାକୁ ଆହ୍ୱାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାର ୪୦ଲକ୍ଷ ପରିବାର ସମେତ ସମଗ୍ର ଦେଶରେ ୭କୋଟି ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଆଜି ଭୁବନେଶ୍ୱରରେ ‘ଉଜ୍ଜ୍ୱଳା ଦିଦି’ ସମ୍ମିଳନୀରେ ରାଜ୍ୟର ବିଭିନ୍ନ ଭାଗରୁ ଆସିଥିବା ପ୍ରାୟ ୧୦ହଜାର ମହିଳାଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ‘ଉଜ୍ଜ୍ୱଳା’ ଯୋଜନା ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ସାକାର କରି ସେମାନଙ୍କୁ ସଶକ୍ତ କରିଛି। ଉଜ୍ଜ୍ୱଳା ସାମାଜିକ ପରିବର୍ତ୍ତନ ଓ ନାରୀ ସଶକ୍ତିକରଣର ପ୍ରମୁଖ ମାଧ୍ୟମ ସାଜିଛି। କେନ୍ଦ୍ର ସରକାର ଏବେ ସୁଦ୍ଧା ୪ କୋଟି ଗରିବ ଘରକୁ ବିଜୁଳି ସଂଯୋଗ ଓ ୧. ୪୦ କୋଟି ଗରିବ ପରିବାରକୁ ପକ୍କାଘର ଦେଇଛନ୍ତି। ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ବାସଗୃହ ଯୋଗାଇବା ସରକାରଙ୍କ ଲକ୍ଷ୍ୟ। ଏହି ଦାୟିତ୍ୱ ହେଉଛି ଗରିବ ଓ ଅପହଞ୍ଚଙ୍କ ପାଖରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପହଞ୍ଚାଇବା, ଗ୍ରାମାଞ୍ଚଳର ଭଉଣୀମାନଙ୍କୁ ଉଜ୍ଜ୍ୱଳାର ବ୍ୟବହାର ଓ ଲାଭ ସମ୍ପର୍କରେ ବୁଝାଇବା ଏବଂ ଗ୍ୟାସ ବ୍ୟବହାର ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ କରିବା।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଉଜ୍ଜ୍ୱଳା ଦିଦିମାନଙ୍କୁ ପରିବର୍ତ୍ତନର ବାହକ ବୋଲି କହିବା ସହ ସେମାନଙ୍କୁ ‘ଉଜ୍ଜ୍ୱଳା ଶପଥ’ ପାଠ କରାଇଥିଲେ। ଏହା କେନ୍ଦ୍ର ସରକାରଙ୍କ ସବୁଠୁ ସଫଳ ଯୋଜନା ଓ ଓଡ଼ିଶାରେ ୨୦୧୬ ମସିହା ଜୁନ ୨୦ ତାରିଖରେ ଏହି ଯୋଜନାର ଶୁଭାରମ୍ଭ ସମ୍ବଲପୁରଠାରେ ହୋଇଥିଲା ବୋଲି ସେ କହିଛନ୍ତି । ୨୦୧୪ ମସିହା ଜୁନରେ ଏଲପିଜି ସଂଯୋଗ ରାଜ୍ୟର ୨୦ ଲକ୍ଷ ପରିବାରରେ ଥିବାବେଳେ ଚଳିତ ଫେବୃଆରୀ ମାସରେ ଏହା ୭୮ଲକ୍ଷ ପରିବାରରେ ପହଞ୍ଚିଛି। ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀ ହେବାର ଅଢ଼େଇ ବର୍ଷ ମଧ୍ୟରେ, ଗରିବ ମହିଳାମାନଙ୍କୁ ବିନା ସୁରକ୍ଷା ଜମା ରାଶିରେ ୩୯ ଲକ୍ଷ ପିଏମ୍ୟୁୱାଇ ସଂଯୋଗୀକରଣ ଦିଆଯାଇଛି।

ଉଜ୍ଜ୍ୱଳା ଯୋଜନା କ୍ରିୟାନ୍ୱୟନକୁ ଆହୁରି ସୁଦୃଢ଼ କରିବା ପାଇଁ ତୈଳ ବିପଣନ କମ୍ପାନୀ (ଓଏମ୍ସି)ମାନେ ‘ଉଜ୍ଜ୍ୱଳା ଦିଦି’ ଭଳି ପରିକଳ୍ପନା କରିଛନ୍ତିା ଉଜ୍ଜ୍ୱଳା ଦିଦିମାନେ ହେଉଛନ୍ତି ଗ୍ରାମୀଣ ମହିଳା ଉପଭୋକ୍ତା, ପିଏମ୍ୟୁୱାଇ ଉପଭୋକ୍ତାଙ୍କ ଦ୍ୱାରା ଚିହ୍ନଟ ହୋଇଛନ୍ତି, ଯେଉଁମାନେ ଗ୍ରାମୀଣ ସାମାଜିକ-ଅର୍ଥନୈତିକ ପରିସ୍ଥିତିକୁ ଭଲ ଭାବରେ ବୁଝିଛନ୍ତି । ଏହି ଦିଦିମାନେ ଗ୍ରାମୀଣ ପରିବାରର ଶକ୍ତି ଆବଶ୍ୟକତାକୁ ମଧ୍ୟ ଭଲ ଭାବରେ ବୁଝିଥାନ୍ତିା

ଉଜ୍ଜ୍ୱଳା ଦିଦି ଏଲପିଜି ଉପଭୋକ୍ତା ଓ ବିତରକଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ। ଗାମାଞ୍ଚଳ ଘରୋଇ ଉର୍ଜା କ୍ଷେତ୍ର ଏବଂ ବିତରଣ ନେଟ୍ୱର୍କରେ ସେମାନଙ୍କ ସକାରାତ୍ମକ ହସ୍ତକ୍ଷେପ ରିଫିଲ୍ ବୁକିଂରେ ସହଜତା , ନୂତନ ସଂଯୋଗ ଜାରି କରିବା ଏବଂ ଶକ୍ତିର ସ୍ଥାୟୀ ଉପଯୋଗ କରିବା ଭଳି ଦାୟିତ୍ୱ ନିର୍ବାହ କରିବେ। ରାଜ୍ୟରେ ୧୦ହଜାରରୁ ଊଦ୍ଧ୍ୱର୍ ଉଜ୍ଜ୍ୱଳା ଦିଦିଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ସମଗ୍ର ଓଡ଼ିଶାରେ ଉର୍ଜା ବାହକ ଭାବେ କାର୍ଯ୍ୟ କରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ତୈଳ ବିପଣନ କମ୍ପାନୀଗୁଡିକର ବରିଷ୍ଠ ଅଧିକାରୀଙ୍କ ସହ ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ଅନୁ ଚୌଧୁରୀ ଉପସ୍ଥିତ ଥିଲେ



from Odisha Reporter https://ift.tt/2TdwuKW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages